Home ଜିଲ୍ଲା ପରିକ୍ରମା ଭଦ୍ରକର ପୁଅ ଚଳିତ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ, ସମାଜର ଅବହେଳିଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଚେଷ୍ଟା...

ଭଦ୍ରକର ପୁଅ ଚଳିତ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ, ସମାଜର ଅବହେଳିଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଚେଷ୍ଟା କରିବି – ଆଶିଷ

60

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ବିଷ୍ଣୁପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ହସନପୁର ଗ୍ରାମର ନାରାୟଣ ଚନ୍ଦ୍ର ରାଉତଙ୍କ ବଡପୁଅ ଆଶିଷ ଚଳିତ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବେ ସେ ଉପବିଭାଗ ଅଧିକାରୀ ଭାବେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨ ବର୍ଷ ୩ ମାସ ଧରି କାର୍ଯ୍ୟ କରୁଛନ୍ତି । ଜିଲାସ୍କୁଲ ଭଦ୍ରକରୁ ମାଟ୍ରିକ୍‌ରେ ୮୭ ପ୍ରତିଶତ ନମ୍ବର ରଖି ପାସ୍ କରିବା ପରେ ଭଦ୍ରକ ଜୁନିୟର କଲେଜରୁ ଯୁକ୍ତ ୨ ବିଜ୍ଞାନରେ ୭୮ ପ୍ରତିଶତ ରଖି କଲେଜ ଅଫ୍ ଇଂଜିନିୟରିଂ ଏଣ୍ଡ ଟେକ୍‌ନୋଲୋଜି ଭୁବନେଶ୍ୱରରୁ ସିଭିଲ୍ ଇଂଜିନିୟରିଂ ସ୍ନାତକ ହାସଲ କରିଥିଲେ । ତେବେ ସେ ତାଙ୍କର ଏହି କୃତୀତ୍ୱ ପାଇଁ ସମସ୍ତ ସଫଳତାର ଶ୍ରେୟ ଭଗବାନ, ତାଙ୍କ ପିତା-ମାତା, ସାନବାପା ରାମଚନ୍ଦ୍ର ରାଉତଙ୍କ ସମେତ ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଏବଂ ଓଡ଼ିଶା ସରକାର ତାଙ୍କୁ ଯେଉଁ ପଦବୀ ଦେଲେ ବି ସେ ଉକ୍ତ ପଦବୀର କାର୍ଯ୍ୟକୁ ସଠିକ୍ ଭାବରେ ସଂପନ୍ନ କରିବା ସହ ସରକାରଙ୍କ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଠିକ୍ ଭାବେ ରୂପାୟନ ଦେବାରେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ଏ ପ୍ରତିନିଧିଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ଏବଂ ଏଥିସହ ମହିଳା, ଶିଶୁ ତଥା ସମାଜରେ ଅବହେଳିତଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଚେଷ୍ଟା କରିବା ସହ ଭବିଷ୍ୟତରେ ଭାରତୀୟ ପ୍ରଶାସିନକ ସେବାରେ ଯୋଗଦେବାରେ ଲକ୍ଷ୍ୟ ରଖି ପ୍ରସ୍ତୁତ ଜାରି ରଖିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.