Home ଜିଲ୍ଲା ପରିକ୍ରମା ଭଦ୍ରକର ଟ୍ରାଫିକ୍ ଓ ଦୁର୍ଘଟଣା ଏଡାଇବା ପାଇଁ ବିଧାୟକଙ୍କ ଅଭିନବ ପ୍ରୟାସ, ବନ୍ତଛକ ଫିସରୀର ୨...

ଭଦ୍ରକର ଟ୍ରାଫିକ୍ ଓ ଦୁର୍ଘଟଣା ଏଡାଇବା ପାଇଁ ବିଧାୟକଙ୍କ ଅଭିନବ ପ୍ରୟାସ, ବନ୍ତଛକ ଫିସରୀର ୨ ଏକର ଅବ୍ୟବହୃତ ଜମିକୁ ଭେଣ୍ଡିଂ ଜୋନ୍ ଓ ଡେଲି ମାର୍କେଟ୍ ପାଇଁ ପ୍ରସ୍ତାବ

15

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଏକ ଭେଣ୍ଡିଂ ଜୋନ୍ ସହିତ ଡେଲି ମାର୍କେଟ୍ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲା ପ୍ରଶାସନକୁ ବନ୍ତଛକସ୍ଥିତ ରାଜ୍ୟ ମତ୍ସ୍ୟ ଏବଂ ପଶୁ ସଂପଦ ବିଭାଗ ଅଧୀନରେ ଥିବା ପ୍ରାୟ ୨ ଏକର ପରିମିତ ଅବ୍ୟବହୃତ ମାଛ ଜାଆଁଳ ଗଡିଆ ଜମିକୁ ମାଗିଛନ୍ତି । ବିଧାୟକ ଶ୍ରୀ ମହାପାତ୍ର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭଦ୍ରକ ସହରରେ ମାଛ ମାଂସ ବଜାର ଗୁଡିକ କ୍ରମଶଃ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ଗଢିଉଠି ପରିବେଶ ଦୂଷିତ ସହ ଟ୍ରାଫିକ୍ ଜାମ୍ କରୁଛି । ସେହିଭଳି ସହରର ମୁଖ୍ୟ କଚେରୀ ବଜାର ରାସ୍ତା ସମେତ ବନ୍ତଛକ, ଥାନାଛକ, ମହତାବ ଛକ, ବାଇପାସ ଓ ଚରମ୍ପା ଭଳି ସ୍ଥାନରେ ବେଆଇନ୍ ଟ୍ରଲି ସଂଖ୍ୟା ବୃଦ୍ଧିପାଇ ପାର୍କିଂ ଓ ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏଥିଯୋଗୁଁ ଟ୍ରାଫିକ୍ ଜାମ ସହ ବିଭିନ୍ନ ସମୟରେ ବହୁ ଛୋଟବଡ ଦୁର୍ଘଟଣା ଘଟୁଛି । ଏଣୁ ଏହି ମାଛ ମାଂସ ଓ ଟ୍ରଲି ବ୍ୟବସାୟୀମାନଙ୍କୁ ଥଇଥାନ କରାଇବା ପାଇଁ ସହର ମଧ୍ୟରେ ଏକ ଭେଣ୍ଡିଂ ଜୋନ୍ ଓ ଡେଲି ମାର୍କେଟ ନିର୍ମାଣର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ସହର ମଧ୍ୟସ୍ଥଳରେ ରହିଥିବା ଫିସରୀ ବିଭାଗର ଅବ୍ୟବହୃତ ଜମିରେ ତାହା ନିର୍ମାଣ କରି ଉପରୋକ୍ତ ସମସ୍ୟାର ସମାଧାନ ହୋଇପାରିବ । ଏଣୁ ଜିଲା ପ୍ରଶାସନ ଏହି ଜମିକୁ ଉପରୋକ୍ତ ବିଭାଗ ଠାରୁ ଆଣି ପୌରପାଳିକାକୁ ହସ୍ତାନ୍ତର କଲେ ଭେଣ୍ଡିଂ ଜୋନ୍ ଓ ଡେିଲ ମାର୍କେଟ୍ ପ୍ରତିଷ୍ଠା ହୋଇ ସମସ୍ତ ସମସ୍ୟାର ଅନ୍ତଃ ଘଟିବ । ବିଶେଷକରି ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ମହତାବ ଛକ ଠାରୁ ଚାନ୍ଦବାଲି ବାଇପାସ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ ସମେତ ଡ୍ରେନ୍ ଗୁଡିକ ଉପରେ ଉଠାଦୋକାନୀ ଓ ଟ୍ରଲି ବେଆଇନ୍ ଭାବେ ଜବରଦଖଲ କରିଆସୁଛନ୍ତି । ଏପରିକି ଇତିମଧ୍ୟରେ ବନ୍ତଛକ ସ୍ଥିତ ବସ୍ ସିଣ୍ଡିକେଟ୍ ନିକଟ ରାସ୍ତା ପାଶ୍ୱର୍ ଉଠାଦୋକାନୀଙ୍କୁ ପ୍ରଶାସନ ନୋଟିସ୍ ଦେଇ ଉଚ୍ଛେଦ କରିଥିଲେ ମଧ୍ୟ ବହୁ ଟ୍ରଲି ଓ ଉଠା ବ୍ୟବସାୟୀ ଏବେ ବନ୍ତଛକ ପୋଲର ଉଭୟ ରାସ୍ତା ମୁହଁକୁ ଦଖଲ କରି ବେପାର କରୁଛନ୍ତି । ଏମିତିକି ଉଚ୍ଛେଦ ହୋଇଥିବା ଏହାର ଉଭୟପାଶ୍ୱର୍ରେ ଗତ ୩/୪ ଦିନ ହେବ ବାହାର ରାଜ୍ୟର ବ୍ୟବସାୟୀଙ୍କ ସମେତ କେତେକ ଗୁପଚୁପ, ଚାଟ ଦୋକାନୀ କବ୍‌ଜା କରିବା ଫଳରେ ଲୋକମାନେ ରାସ୍ତା ମଝିରେ ଗାଡି ରଖି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି । ଏଣୁ ବିଧାୟକଙ୍କ ଚିଠି ମୂଳେ ଜିଲା ପ୍ରଶାସନ ସହରରେ ଜବରଦଖଲ ସହିତ ବେଆଇନ୍ ଟ୍ରଲି ଓ ମାଛମାଂସ ବ୍ୟବସାୟୀଙ୍କୁ ଉଠିଯିବାକୁ ନୋଟିସ୍ ଜାରି କରିଛନ୍ତି । ତେବେ ଏହି ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବା ଉପରେ ବିଧାୟକ ଶ୍ରୀ ମହାପାତ୍ର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ବିଜେଡି ସରକାରଙ୍କ ସମୟରେ ଭଦ୍ରକ ସହରରେ ଏହି ସମସ୍ୟାର ସମାଧାନ ପାଇଁ ଭଦ୍ରକ ଆରଏମ୍‌ସି ପରିସରରେ ପ୍ରାୟ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇ ଏକ ବିଶାଳ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ଏହାକୁ ମାଛ, ମାଂସ, ଶୁଖୁଆ ମାର୍କେଟ ସହିତ ଫଳ, ପନିପରିବା, ଗୋଦାମ ଘର ଭଳି ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣ ହୋଇ ଭଡାସୂତ୍ରେ ଦିଆଯାଇଛି । କିନ୍ତୁ କେବଳ ସାପ୍ତାହିକ ଶୁଖୁଆ ମାର୍କେଟକୁ ଛାଡିଦେଲେ ଅନ୍ୟ ଦୋକାନ ଗୁଡିକ ଏପର୍ଯ୍ୟନ୍ତ ଖୋଲାଯାଇନାହିଁ । କାରଣ ସଂପୃକ୍ତ ମାଛମାଂସ ଓ ପନିପରିବା ବ୍ୟବସାୟୀଙ୍କୁ ପ୍ରଶାସନ ଉଠାଇବାରେ ବିଫଳ ହୋଇଛି । ସହର ଠାରୁ ଏହି ଆରଏମସି ମାର୍କେଟର ଦୂରତା ଯୋଗୁଁ କୌଣସି ବ୍ୟବସାୟୀ ଓ ଗ୍ରାହକ ଆଗ୍ରହ ପ୍ରକାଶ କରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି । ତେବେ ସହରବାସୀଙ୍କୁ ଦୁର୍ଘଟଣା ଓ ଟ୍ରାଫିକ୍ ଜାମ୍‌ରୁ ସୁରକ୍ଷା ଦେବାପାଇଁ ବିଧାୟକ ଶ୍ରୀ ମହାପାତ୍ର ଫିସରୀ ଜମିରେ ଉକ୍ତ ଭେଣ୍ଡିଂ ଜୋନ୍ ସହିତ ଡେଲି ମାର୍କେଟ ନିର୍ମାଣ ହେଲେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରଶାସନକୁ କହିଛନ୍ତି । କିନ୍ତୁ ବିଧାୟକଙ୍କ ଏହି ଉତମ ପ୍ରସ୍ତାବ ରାଜ୍ୟ ମତ୍ସ୍ୟ ଏବଂ ପଶୁସଂପଦ ବିଭାଗର ଅନୁମୋଦନ ପରେ ହିଁ ସଫଳ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.