ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରୀରାମ ନବମୀ ମହୋତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।. ତେବେ ଭଦ୍ରକ ଜିଲ୍ଲା ପୋଲିସ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ପୋଲିସ ବ୍ୟବସ୍ଥା କିପରି କରିଛନ୍ତି ତାହାର ସମୀକ୍ଷା ପାଇଁ ଭଦ୍ରକରେ ପହଂଚିଥିଲେ ରାଜ୍ୟ ଅପରାଧ କ୍ରାଇମ ବ୍ରାଂଚ ପୋଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର । ଶ୍ରୀ ମିଶ୍ର ପହଂଚି ପ୍ରଥମେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଅଧିକାରୀ ମାନଙ୍କ ସହ ଆଇନ୍ ଶ୍ରଙ୍ଖଳା ସ୍ଥିତି, ଶ୍ରୀ ରାମ ନବମୀ ମହୋତ୍ସବ ପାଳନ, ଆଦି ବହୁ ବିଷୟରେ ଆଲୋଚନା କରିଥିବା ବେଳେ ସହରରେ ବିଭିନ୍ନ ସ୍ଥାନକୁ ଯାଇ ଅନୁଧ୍ୟାନ କରି ଥୂଲେ।. ତେବେ ଭଦ୍ରକରେ ଚଳିତ ବର୍ଷ ରାମ ନବମୀରେ ପ୍ରାୟ ୯୦ ଟି ମେଢ଼ ସହର ପରିକ୍ରମା କରୁଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୩ କମ୍ପାନୀ ଉଜଚୠ ଫୋର୍ସ ନିୟୋଜିତ ହେବେ ବୋଲି ସ୍ଥିର ହୋଇଛି. ସେହିପରି ସମ୍ବେଦନଶୀଳ, ସ୍ଥାନ ଏବଂ ସୋସିଆଲ ମିଡ଼ିଆ ଗୁଜବ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି.ସେହିପରି ଭାବେ ଷ୍ଟ୍ରାଇକିଙ୍ଗ ଫୋର୍ସ, ମୋବାଇଲ ଟିମ, ସାଧା ପୋଷାକ ଧାରୀ ଟିମ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବା ସହିତ ସିସିଟିଭି ସର୍ଭିଲାନ୍ସରେ ଏବଂ ଡ୍ରୋନ କ୍ୟାମେରାରେ ନଜର ରଖା ଯିବା ବୋଲି ଶ୍ରୀ ମିଶ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଡି ଆଇ ଜି ପିନାକ ମିଶ୍ର ଭଦ୍ରକରେ ପହଂଚି ଅନୁଧ୍ୟାନ କରି ଥିଲେ। ଜିଲ୍ଲା ଏସପି ମନୋଜ ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରାଜ୍ୟ ଅପରାଧ କ୍ରାଇମ ବ୍ରାଂଚ ପୋଲିସ ମହାନିର୍ଦ୍ଦେଶକ...








