ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଲୋକକଥା ଅଛି ଏହାର ଐତିହାସିକ ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ପାଇଁ ଲୋକମାନେ ବର୍ଷକ ପୂର୍ବରୁ ନିଜ ନିଜ ଘରକରଣା ଜିନିଷର ତାଲିକା କରିଥାନ୍ତି। ତେବେ ଚରମ୍ପାର ରେଲୱେ ଷ୍ଟେସନ, ଡଗରା ସାହି, ସ୍କୁଲରୋଡ଼୍, ବିଶାଣୀ ଖରିଦା, ଏରେଇଁ ଓ ରାଜଘାଟରେ ଆଜିକୁ ଦୀର୍ଘ ୯ ଦିନ ଧରି ଆରମ୍ଭ ହୋଇଥିବା କାଳୀପୂଜାର ମାହୌଲ ଏବେ ବେଶ୍ ଜମୁଛି। ଆଜିର ୭ମ ଦିନରେ ପିଲାଙ୍କ ମିନା ବଜାରର ବିଭିନ୍ନ ଦୋଳି ସହ ଘର କରଣା ସାମଗ୍ରୀରେ ସମସ୍ତ କାଳୀ ମଣ୍ଡପ ସନ୍ନିକଟ ରାସ୍ତାପାଶ୍ୱର୍ ଜନଗହଳିରେ ଫାଟି ପଡ଼ୁଛି। ତେବେ ସମସ୍ତ ମଣ୍ଡପରେ ମା’ କାଳୀଙ୍କ ମେଢ଼ ସହିତ ବିଭିନ୍ନ ରଙ୍ଗଢଙ୍ଗରେ ନିର୍ମିତ ହୋଇଥିବା ତୋରଣ ଏବଂ ଯେଉଁ କେତେକ ପାଶ୍ୱର୍ ମୂର୍ତି ନିର୍ମାଣ ହୋଇଛି ତାହା ଆଜିର ଯୁବପିଢ଼ିଙ୍କ ସମେତ ଆବାଳ ବୃଦ୍ଧ ବନିତାଙ୍କୁ ପୁରାଣ ଯୁଗର ବହୁ ଗାଥାକୁ ମନେ ପକାଇଦେଇଛି। ବିଶେଷକରି ସ୍କୁଲରୋଡ଼୍ କମିଟି, ପି.ଡବ୍ଲ୍ୟୁଆଇ, ଲୋକସେଡ୍, ରାଜଘାଟ ଓ ଏରେଇଁର ତୋରଣ ଗୁଡିକ ବେଶ୍ ହୃଦୟଛୁଆଁ ହୋଇଛି। ପାଶ୍ୱର୍ ମୂର୍ତିଗୁଡିକ ମଧ୍ୟରେ ପୌରାଣିକ ଓ ଶିକ୍ଷଣୀୟ ଭିତିକ ସମସ୍ତଙ୍କୁ ଆମ ପୁରାଣ ସଂସ୍କୃତିର ଅମର ଗାଥାକୁ ଉଜ୍ଜୀବିତ କରିଛି। କାଳୀପୂଜା ଅବସରରେ ଚରମ୍ପାରେ ବିଭିନ୍ନ ପ୍ରକାର ମେଳା ସହ ୯ଟି ଅପେରା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା ଭାବେ ନିଜର ଯାତ୍ରା ପରିବେଷଣ ଜାରି ରଖି ଦର୍ଶକଙ୍କ ମନ ମୋହୁଛନ୍ତି। ଏହି ପାର୍ଟି ଗୁଡିକରେ ବିଭିନ୍ନ ଟିଭି ସିରିଏଲ୍ର କଳାକାର ମାନେ ଆସି ନିଜର କଳା ଯାଦୁରେ ଲୋକଙ୍କୁ ଆକୃଷ୍ଟ କରୁଥିବାର ଦେଖାଯାଇଛି। ଏହି ମେଳା ଅକ୍ଟୋବର ୨୦ ରୁ ଆରମ୍ଭ ହୋଇ ଅକ୍ଟୋବର ୨୮ରେ ଶେଷ ହେବ। ପ୍ରଶାସନିକ କଟକଣା ଯୋଗୁଁ ମେଢ ଗୁଡିକ ଦିନ ୩ଟା ସୁଦ୍ଧା ବିସର୍ଜନ କରିବାର ନିୟମ ରହିଛି। ଭଦ୍ରକ ସହରରେ ଚଳିତବର୍ଷ ୧୪ ଟି ମଣ୍ଡପରେ ମା’ ପୂଜା ପାଉଛନ୍ତି। ଶାନ୍ତି-ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ପୁଲିସ୍ ମୁତୟନ କରାଯାଇଥିବାବେଳେ ସିସି କ୍ୟାମେରା ମଧ୍ୟ ଲଗାଯାଇଥିବା କଥା ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ କହିଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକର ଐତିହାସିକ କାଳୀପୂଜାର ଅନ୍ତିମ ଦିନ, ତୋରଣ, ଆଲୋକମାଳା ଓ ଅପେରା ପାର୍ଟିରେ ଜମୁଛି ଚରମ୍ପା...








