Home ଜିଲ୍ଲା ପରିକ୍ରମା ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ହ୍ରାସ ପାଇଲା : ମୋଟ ଆକ୍ରାନ୍ତ ୧୫୨, ସୁସ୍ଥ ୧୩୫

ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ହ୍ରାସ ପାଇଲା : ମୋଟ ଆକ୍ରାନ୍ତ ୧୫୨, ସୁସ୍ଥ ୧୩୫

85

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସ୍ଥିତି ନେଇ ପ୍ରଶାସନ ସ୍ତରରେ ଆଶ୍ୱସ୍ତି ମିଳିଛି । ଦୁଇଦିନରେ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆସୋଲେସନ ସେଣ୍ଟରରେ ରହୁଥିଲେ । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆଜି ସୁଦ୍ଧା ୧୫୨ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୩୫ଜଣ ସୁସ୍ଥ ହୋଇ ସାରିଛନ୍ତି । ଯେତେବେଳେ କି ମାତ୍ର ୧୭ଜଣ ଏବେ ଆକ୍ରାନ୍ତ ଭାବେ ଚିକିତ୍ସାଧିନ ରହିଛନ୍ତି । ଏହି ସଂଖ୍ୟା ଆହୁରି କିପରି ହ୍ରାସ ପାଇ ଜିଲ୍ଲା ସମ୍ପୂର୍ଣ୍ଣ କରୋନାମୁକ୍ତ ହେବ ସେଥିଲାଗି ସମସ୍ତଙ୍କ ସହଯୋଗ ଓ ସଚେତନତାକୁ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ଡ. ଜ୍ଞାନ ଦାସ । ଆଜି ଏଥିଲାଗି ସହରରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି । ପୁଲିସ ବିଭିନ୍ନ ଛକରେ ମାସ୍କ ଚେକିଂକୁ ବ୍ୟାପକ କରିଛି । ଆଜି ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ମୋଟ ୬୨ ହଜାର ଯଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଗାଡି ଯାଞ୍ଚରେ ମୋଟ ୭୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଏହା ଆଗାମୀ ଦିନରେ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.