Home ଜିଲ୍ଲା ପରିକ୍ରମା ଭଦ୍ରକରେ ୨୮ ନୂତନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪ ; ଚିହ୍ନଟ କ୍ୱାରେଣ୍ଟାଇନ ସେଣ୍ଟର...

ଭଦ୍ରକରେ ୨୮ ନୂତନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪ ; ଚିହ୍ନଟ କ୍ୱାରେଣ୍ଟାଇନ ସେଣ୍ଟର କଣ୍ଟେନମେଣ୍ଟ ଜୋନ ଘୋଷିତ

242

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ରାଜ୍ୟରୁ ଭଦ୍ରକକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ଆଜି ୨୮ଜଣଙ୍କର କରୋନା ପଜିଟିଭ ବାହାରିଛି । ସମସ୍ତ ନୂତନ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଚିହ୍ନଟ ପରେ ସେମାନଙ୍କୁ କୋବିଡ ହସପିଟାଲକୁ ଚିକିତ୍ସା ପାଇଁ ପଠା ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଂପୃକ୍ତ କ୍ୱାରେଣ୍ଟାଇନ ଣ୍ଟେର ଗୁଡିକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରିଛନ୍ତି । ଏହି ୨୮ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଆଜି ନୂତନ ଭାବେ ଚିହ୍ନଟ ୨୮ ଆକ୍ରାନ୍ତମାନେ ଚାନ୍ଦବାଲି ବ୍ଳକର ପ୍ରଥମ ଥର ପାଇଁ ୫ଜଣ, ତିହିଡି ବ୍ଲକରୁ ୧୦ଜଣ, ବାସୁଦେବପୁର ବ୍ଳକ ଓ ପୌରାଞ୍ଚଳରୁ ୭, ଧାମନଗରରୁ ୩, ଭଣ୍ଡାରିପୋଖରୀରୁ ୨ ଏବଂ ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ସୂରଟ ଫେରନ୍ତା ୧୭ଜଣ, ପଶ୍ଚିମବଙ୍ଗ ଫେରନ୍ତା ୮, ମହାରାଷ୍ଟ୍ରରୁ ୨ ଏବଂ ତେଲେଙ୍ଗାନାରୁ ଜଣେ ଫେରି କ୍ୱାରେଣ୍ଟାଇନ ହୋଇଥିଲେ । ଜିଲ୍ଲା ପ୍ରଶାସନ ଆଜି ଘୋଷଣା କରିଥିବା କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ ଗୁଡିକ ହେଲା ଭଦ୍ରକ ବ୍ଲକର ଓକରା ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ଏବଂ ବିଷ୍ଣୁପୁରବିନ୍ଧା ପଞ୍ଚାୟତ ବଫରଜୋନ, ବାସୁଦେବପୁର ପୌରପାଳିକାର ମନ୍ଦାରି କଲେଜ କଣ୍ଟେନମେଣ୍ଟଜୋନ ଓ ୱାର୍ଡ ନଂ ୪ଓ ୫ ବଫରଜୋନ । ବାସୁଦେବପୁର ବ୍ଳକର ଲୁଙ୍ଗା ହାଇସ୍କୁଲ, ଚୁଡାମଣି ୟୁପି ସ୍କୁଲ, ଆର୍ତ୍ତଂ ହାଇସ୍କୁଲ ଏବଂ ଗୋଠଆଡିଆ ବାତ୍ୟା ଆଶ୍ରୟସ୍ଥଳ ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଥିବା ବେଳେ ଏହି ବ୍ଳକର ଲୁଙ୍ଗା ପଞ୍ଚାୟତ, ଚୁଡାମଣି ପଞ୍ଚାୟତ, ଆର୍ତ୍ତୁଂ ଓ କିସ୍ମତକୃଷ୍ଣପୁର ପଞ୍ଚାୟତ ବଫରଜୋନ ଘୋଷିତ ହୋଇଛି । ସେହିପରି ଧାମନଗର ବ୍ଲକର ଇନ୍ଦ୍ରମଣି ହାଇସ୍କୁଲ, ଷେଣ୍ଡପୁର ହାଇସ୍କୁଲ ଓ ସାଇ ନୋଡାଲ ହାଇ ସ୍କୁଲକୁ କଣ୍ଟେନମେଣ୍ଟଜୋନ ଓ ଚୁଡାକୁଟି ପଞ୍ଚାୟତ, ଷୋହଡା ପଞ୍ଚାୟତ ଓ ଦୋବଲକୁ ବଫରଜୋନ ଘୋଷଣା କରାଯାଇଛି । ଚାନ୍ଦବାଲି ବ୍ଳକର ରଇପୁର ୟୁପି ସ୍କୁଲ, ଯଶିପୁର ଟ୍ରଷ୍ଟ ହାଇସ୍କୁଲ ଓ ପାଞ୍ଚପଡା ୟୁପି ସ୍କୁଲକୁ କଣ୍ଟେନମେଣ୍ଟଜୋନ ଓ ଖଦାଳପୋଖରୀ ପଞ୍ଚାୟତ, ଯଶିପୁର ପଞ୍ଚାୟତ ଓ ନାଲଗୁଣ୍ଡା ପଞ୍ଚାୟତ ବଫରଜୋନ । ଚାନ୍ଦବାଲି ଏନ୍‌ଏସିର ପାଞ୍ଚପଡା ସ୍ଥିତ ଶିବଦୁର୍ଗା ହାଇସ୍କୁଲ କଣ୍ଟେନମେଣ୍ଟଜୋନ ଏବଂ ୱାର୍ଡ ନଂ ୪ ବଫରଜୋନ ଘୋଷିତ । ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ହାଇସ୍କୁଲ ଓ ରାଣିଗଡିଆ ୟୁପି ସ୍କୁଲ କଣ୍ଟେନମେଣ୍ଟଜୋନ ଏବଂ କୁରିଗାଁ ଓ ରହଣିଆ ପଞ୍ଚାୟତ ବଫରଜୋନ । ସେହିପରି ତିହିଡ଼ି ବ୍ଲକର ସିଆର୍‌ଏସ ହାଇସ୍କୁଲ କଣ୍ଟେନମେଣ୍ଟଜୋନ ଓ ଭାଟପଡା ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ଏହସବୁ କଣ୍ଟେନମେଣ୍ଟ ଓ ବଫରଜୋନ ପାଇଁ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.