ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାଦ ପୁରୁଷ କଳିଙ୍ଗ ବୀର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କେବଳ ଜଣେ ରାଜନୀତିଜ୍ଞ ବ୍ୟକ୍ତି ନଥିଲେ, ସେ ଜଣେ ଦୁଃସାହାସୀ ବିମାନ ଚାଳକ ଭାବେ ଇତିହାସର ପୃଷ୍ଠାରେ ଯେଉଁ ଛାପ ଛାଡିଯାଇଛନ୍ତି, ତାହା ଯୁଗ ଯୁଗ ଧରି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତେବେ ତାଙ୍କର ଆବର୍ତମାନରେ ସେ ଛାଡିଯାଇଥିବା ଅଧୁରା ସ୍ୱପ୍ନକୁ ତାଙ୍କ ସୁପୁତ୍ର ବର୍ତମାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ସାକାର କରିପାରିଲେ, ତାଙ୍କ ଅମର ଆତ୍ମା ଶାନ୍ତି ପାଇବ ବୋଲି ଆଜି ୨୮ ତମ ଶ୍ରାଦ୍ଧଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ପଂଚମୁଖୀ ହନୁମାନ ମନ୍ଦିର ନିକଟ ସାଳନ୍ଦୀ ନଦୀରେ ବିଜୁ ବାବୁଙ୍କ ତିଳ ତର୍ପଣ କରାଯାଇଥିବାବେଳେ ଭଦ୍ରକ ଜିଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଜୁ ଜନତା ଦଳର ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ପ୍ରଫୁଲ୍ଲ ନାୟକ, ପୂର୍ବତନ ପାରିଷଦ ଟିକି ବଳ, ରାକେଶ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।








