Home ଜିଲ୍ଲା ପରିକ୍ରମା ଭଦ୍ରକରେ ୨ୟ ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଉଦ୍‌ଘାଟିତ, ବିବିଏମ୍‌ର ଏଭଳି ଅଭିନବ ପ୍ରୟାସ ପ୍ରଶଂସନୀୟ –...

ଭଦ୍ରକରେ ୨ୟ ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଉଦ୍‌ଘାଟିତ, ବିବିଏମ୍‌ର ଏଭଳି ଅଭିନବ ପ୍ରୟାସ ପ୍ରଶଂସନୀୟ – ସାଂସଦ ଶ୍ରୀ ସେଠୀ

6
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ୨ୟ ଜାତୀୟସ୍ତରୀୟ ବାଣିଜ୍ୟମେଳା ସମାରାଏପୁର ନୟାରା ପେଟ୍ରୋଲ ପମ୍ପ ନିକଟ ପଡିଆରେ ଉଦ୍‌ଘାଟିତ ହୋଇଛି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରି ନିଜ ସମ୍ଭାଷଣରେ ଏଭଳି ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ ସଂସ୍ଥା ଓସ୍‌ମେ ଏବଂ ବିବିଏମ୍‌ର ମିଳିତ ଆନୁକୂଲ୍ୟରେ ଯେଭଳି ସଫଳ ହୋଇଛି, ତାହାକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀ ସେଠୀ ବିବିଏମ୍‌ର ଏଭଳି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ଭଦ୍ରକବାସୀ ୭ ଦିନ ଧରି ହେବାକୁ ଥିବା ଏହି ମେଳାରେ ନିଜ ଜିଲା, ପଡୋଶୀ ଜିଲା ଏବଂ ରାଜ୍ୟ ବାହାରୁ ଆସିଥିବା ଉତ୍ପାଦ ଦ୍ରବ୍ୟଗୁଡିକ ସମ୍ବନ୍ଧରେ ଜ୍ଞାନ ଆହରଣ କରି ନିଜ ଜିଲାରେ ସେଗୁଡିକର ଉତ୍ପାଦନ କିପରି ହୋଇପାରିବ, ସେ ସମ୍ବନ୍ଧରେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ। ବିଧାୟକ ଶ୍ରୀ ମହାପାତ୍ର ଏହି ମେଳାକୁ ପ୍ରଧାନମନ୍ତ୍ରୀଙ୍କ ମାନସ ଚିତ୍ର ବୋଲି ଅଭିହିତ କରି ଏହି ବାଣିଜ୍ୟ ମେଳା କେବଳ କ୍ରୟ ବିକ୍ରୟର ଏକ ମଂଚ ନୁହେଁ। ଏହା ଆମ ଅଂଚଳର ଶିଳ୍ପ, କୃଷି, କଳା ଓ କୌଶଳର ସଜ୍ଜୀବ ପ୍ରତିବିମ୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର ଲୋକାଲ ଭାବନାକୁ ସାକାର କରି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା, ସ୍ୱୟଂ ରୋଜଗାର ସୃଷ୍ଟି କରିବା ଓ ଆର୍ଥିକ ସାବ୍ୱଲମ୍ବନକୁ ସୁଦୃଢ କରିବା ହିଁ ମୂଳ ଲକ୍ଷ୍ୟ ବୋଲି କହିବା ସହ ଯୁବ ଉଦ୍ୟୋଗୀମାନଙ୍କୁ ଏହି ବାଣିଜ୍ୟ ମେଳା ପ୍ରେରିତ କରିବା ସହ ମହିଳା ସଶକ୍ତିକରଣରେ ଏକ ମଜବୁତ୍ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏବଂ ଆଗ୍ରହୀ ଭଦ୍ରକବାସୀ ଏହି ମେଳାରେ ଅଂଶଗ୍ରହଣ କରି ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ସ୍କିମ୍ ବାବଦରେ ଅବଗତ ହୋଇ ତାର ସଂପୂର୍ଣ୍ଣ ଫାଇଦା ଉଠାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଉତ୍ସବରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ବାଣିଜ୍ୟ ମେଳାର ଉତୋରତର କାମନା ପୂର୍ବକ ସମସ୍ତ ବିଭାଗର ସହଯୋଗ ପାଇଁ ପ୍ରତିଶ୍ରୁତି ଦେବା ସହ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିିକନାଥ ମଣ୍ଡଳ ବିବିଏମ୍‌ର ସମସ୍ତ କର୍ମକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏଭଳି ଏକ ଭବ୍ୟ ମେଳା ସମ୍ଭବ ହୋଇପାରିଛି ବୋଲି କହିବା ସହ ପୂର୍ବଜମାନଙ୍କ ଦ୍ୱାରା ପ୍ରଚଳିତ ବାଣିଜ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଓସ୍‌ମେର ସଭାପତି ସୁରଜ କୁମାର ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବିବିଏମ୍‌ର ସଭାପତି ସୁଶାନ୍ତ କୁମାର ନାୟକ ଓ ସଂପାଦକ ମନୋଜ କୁମାର ରାୟ ବାଣିଜ୍ୟ ମେଳାର ଆଭିମୁଖ୍ୟ ଏବଂ ୭ଦିନ ଧରି ଚାଲିବାକୁ ଥିବା ମେଳା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଶେଷକରି ଭଦ୍ରକ ପଡୋଶୀ ଜିଲା ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ସେମାନଙ୍କର ବିକ୍ରିବଟା କିଭଳି ସୁରୁଖୁରୁରେ କରିପାରିବେ, ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବାଣିଜ୍ୟ ମେଳାର ମୁଖ୍ୟ ଉପଦେଷ୍ଟା ଇଂ ପିତାମ୍ବର ପରିଡା, ଯୁବ ଉଦ୍ୟୋଗୀ ଏବଂ ଭାବି ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ହେବାକୁ ଥିବା ପାଠଚକ୍ର, ସେମିନାର ସମ୍ବନ୍ଧରେ ଆଲୋକପାତ କରିବା ସହ ମେଳା ପାଇଁ ଆୟୋଜିତ ଭିତିଭୂମିର ସ୍ରଷ୍ଟାଙ୍କୁ ପ୍ରଶଂସା କରିଥିଲେ। ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ତଥା ଅତିରିକ୍ତ ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର ବିବିଏମ୍‌ର ଶୁଭକାମନା କରି ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲାର ୩ ଜଣ କୃତୀ ଉଦ୍ୟୋଗୀ ଶମ୍ଭୁନାଥ ବେହେରା, ସୌମ୍ୟରଂଜନ ପାଢୀ ଏବଂ ଜ୍ୟୋତିରଂଜନ ପଣ୍ଡାଙ୍କୁ ଶିଳ୍ପ ଓ ସେବା କ୍ଷେତ୍ରରେ ପାରଦର୍ଶିତା ପାଇଁ ବିବିଏମ୍ ପକ୍ଷରୁ ସାଂସଦ, ବିଧାୟକ ଏବଂ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଓସ୍‌ମେର ମହିଳା ଉଦ୍ୟୋଗୀମାନେ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ମାକ୍ରୋୱେବ୍ ଟେକ୍ନୋଲୋଜି ପକ୍ଷରୁ ଶୁଭସ୍ମିତା, ରଶ୍ମିପ୍ରଭା, ମଧୁସ୍ମିତା, ତପସ୍ୱିନୀ, ଜ୍ୟୋସ୍ନା, ଅଙ୍କିତା, ରେବତୀ ଏବଂ ସୁମନ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଶେଷରେ ବିବିଏମ୍‌ର ପୃଷ୍ଠପୋଷକ ବସନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସ୍‌ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ରିଙ୍କୁବାଳା ଜେନା, ନମ୍ରତା ରାୟ, ଅର୍ପିତା ମହାନ୍ତି, ଶାକମ୍ବରୀ ପରିଡା, ମମତା ପାତ୍ର, ସରିତା ବେହେରା, କମଳା ମିଶ୍ର, ଦ୍ରୌପଦୀ ମହାରଣା, ବବିତା ମିଶ୍ର, ସଙ୍ଗୀତା ମହାରଣା, ଶର୍ମିଷ୍ଠା ଲେଙ୍କା, କୋଷାଧ୍ୟକ୍ଷ କମଳାକାନ୍ତ ସାହୁ, ଯାଦବ ଲେଙ୍କା, ବିଶ୍ୱପ୍ରତାପ ସାମଲ, ରାଜେଶ ମିଶ୍ର, ସୁରେଶ ପୃଷ୍ଟି, ଅଶୋକ ପରିଜା, ଅମର ମହାନ୍ତି, ପୃଷ୍ଠପୋଷକ ଶଶିଶେଖର ବେହେରା ଓ କାଳନ୍ଦୀ ବାରିକ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.