Home ଜିଲ୍ଲା ପରିକ୍ରମା ଭଦ୍ରକରେ ହେବ ୧୦୦ ଶଯ୍ୟାର ମଲ୍ଲି ସ୍ପେସିଆଲିଟି ହସ୍‌ପିଟାଲ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ

ଭଦ୍ରକରେ ହେବ ୧୦୦ ଶଯ୍ୟାର ମଲ୍ଲି ସ୍ପେସିଆଲିଟି ହସ୍‌ପିଟାଲ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ

21

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ପି.ପି.ପି ମାଧ୍ୟମରେ ୫ଟି ଜିଲ୍ଲାରେ ହେବାକୁ ଥିବା ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟର ଓସୱାନ୍ ହଲରେ ଭି.ସି. ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିଲେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର, ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀ ଖୁଣ୍ଟିଆ । ସୂଚନା ଯୋଗ୍ୟକି ଭଦ୍ରକ ଜିଲ୍ଲା ନୂତନ ଡାକ୍ତରଖାନା ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ନିର୍ମିତ ହେବାକୁ ଥିବା ଏହି ହସ୍‌ପିଟାଲରେ ଟ୍ରମାକେୟାର, କ୍ରିଟିକାଲ କେୟାର ସହିତ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା ରହିବ । ଏଥିପାଇଁ ଜାଗା ଚିହ୍ନଟ ସରିଥିଲା ବେଳେ ଏହାର ନିର୍ମାଣ ପାଇଁ ପ୍ରାୟ ୭୫ କୋଟି ଟଙ୍କାର ଅଟକଳ ରହିଛି । ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ପେଶାଲ ସେକ୍ରେଟେରୀ ସରୋଜ କୁମାର ମିଶ୍ରଙ୍କ ସହ କନସୋର୍ଟିୟମ ଅଫ୍ ସିଗ୍‌ନାସ୍ ମେଡ଼ିକେୟାର ପ୍ରାଇଭେଟ୍ ଲିମିଟେତ୍ ଏବଂ ପ୍ରିଣ୍ଟଲିଙ୍କ କମ୍ପ୍ୟୁଟର ଆଣ୍ଡ କମ୍ୟୁନିକେଶନ ପ୍ରାଇଭେଟ୍ ଲିମିଟେଡ଼ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହେଲା । ଜିଲ୍ଲାବାସୀଙ୍କ ପାଇଁ ଏହି ହସ୍ପିଟାଲ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ବେଶ୍ ଲାଭଦାୟକ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.