Home ଜିଲ୍ଲା ପରିକ୍ରମା ଭଦ୍ରକରେ ସ୍ୱଳ୍ପ ସଂଚୟ ଅଭିକର୍ତା ସମୀକ୍ଷା ଶିବିର

ଭଦ୍ରକରେ ସ୍ୱଳ୍ପ ସଂଚୟ ଅଭିକର୍ତା ସମୀକ୍ଷା ଶିବିର

5

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ତଥା ସ୍ୱଳ୍ପ ସଂଚୟ ଯୋଜନାର ବହୁଳ ପ୍ରଚାର ଓ ପ୍ରସାର , ଆର୍ôଥକ ବର୍ଷ ୨୦୨୫-୨୬ ର ସ୍ୱଳ୍ପ ସଂଚୟ ଟାର୍ଗେଟ ପୂରଣ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଡାକଘର ଗୁଡିକରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ନିମିତ ଜିଲ୍ଲା ପ୍ରଶାସନ ଏବଂ ଭଦ୍ରକ ଡାକ ବିଭାଗ ତରଫରୁ ସ୍ୱଳ୍ପ ସଂଚୟ ଅଭିକର୍ତା ସମୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା ସଭା ପରିଚାଳନା କରିଥିଲେ। ଏହି ସଭାରେ ଅତିଥି ଭାବରେ ଭଦ୍ରକ ଡାକ ବିଭାଗ ମୁଖ୍ୟ ଲକ୍ଷ୍ମୀନାରାୟଣ ମିଶ୍ର, ପଦ୍ମନ ରାୟ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ, ଇଣ୍ଡିଆ ପୋଷ୍ଟ ପେମେଂଟ୍ ବ୍ୟାଙ୍କ୍ ମ୍ୟାନେଜର ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଡାକଘର ନିଯୁକ୍ତ ଡାକ ଅଭିକର୍ତା ମାନେ ଯୋଗଦେଇଥିଲେ ଓ ବିଭିନ୍ନ ଡାକଘରେ ଉପୁଜିଥିବା ବିଭିନ୍ନ ସମସ୍ୟା ର ସମାଧାନ ସମ୍ପର୍କରେ ଅବଗତ କରାଇ ଥିଲେ। ଜିଲ୍ଲା ଡାକ ମୁଖ୍ୟ ଅଧିକାରୀ ଅଭିକର୍ତା ମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଓ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ତଥା ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ଚଳିତ ବର୍ଷର ଧାର୍ଯ୍ୟ ସ୍ୱଳ୍ପ ସଂଚୟ ପୁଞ୍ଜି କିପରି ସଂଗ୍ରହ ହେବ ସେଥିପାଇଁ କାର୍ଯ୍ୟରତ ହେବା ପାଇଁ ନିବେଦନ କରିଥିଲେ। ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କ୍ ମ୍ୟାନେଜର ପେମେଂଟସ ବ୍ୟାଙ୍କ୍ ରେ ଉପଲବ୍ଧ ସମସ୍ତ ସୁବିଧା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହ ଡାକ ଅଭିକର୍ତାମାନଙ୍କୁ ପେମେଂଟ ବ୍ୟାଙ୍କ୍ ର ବିସି ହେବା ପାଇଁ କହିଥିଲେ। ଏହିସଭାରେ ମୋଟ ୧୧୦ ଜଣ ଡାକ ଅଭିକର୍ତା ଯୋଗଦେଇଥିଲେ। ସଭା ଶେଷରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗର କର୍ମଚାରୀ ମୋନାଲିସା ମାଝୀ ଧନ୍ୟବାଦ୍ ଦେଇଥିବାବେଳେ, ସଭାଟିକୁ ସଫଳ କରିବାରେ ସଂଚୟ ବିଭାଗ ର ସମସ୍ତ କାର୍ଯ୍ୟ କର୍ତା ଓ ଡ଼ାକ ଅଭିକର୍ତା ମାନେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.