Home ଜିଲ୍ଲା ପରିକ୍ରମା ଭଦ୍ରକରେ ସିଟୁ-କୃଷକ ସଭା-କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଆଇନ୍ ଅମାନ୍ୟ ଆନ୍ଦୋଳନ

ଭଦ୍ରକରେ ସିଟୁ-କୃଷକ ସଭା-କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଆଇନ୍ ଅମାନ୍ୟ ଆନ୍ଦୋଳନ

45

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମସ୍ତ ଖାଦ୍ୟ ଦ୍ରବ୍ୟ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ସରକାରୀ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକରେ ଖାଲି ପଡିଥିବା ପଦବୀ ତୁରନ୍ତ ପୂରଣ କରିବା, ସମସ୍ତଙ୍କ ପାଇଁ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଗ୍ୟାରେଣ୍ଟି କରିବା, ସମସ୍ତ ବାସହୀନଙ୍କୁ ଘରଡିହ ପଟ୍ଟା ଓ ବାସଗୃହ ଯୋଗାଇଦେବା, ସବୁ ଫସଲର ଏମ୍‌ଏସ୍‌ପି ପାଇଁ ଆଇନଗତ ବ୍ୟବସ୍ଥା କରିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବା, ସମସ୍ତ ସ୍କିମ୍ ଶ୍ରମିକମାନଙ୍କୁ ନିୟମିତ ଶ୍ରମିକର ମାନ୍ୟତା ଦେବା, ଠିକ୍‌ା ଓ ଆଉଟ୍ ସୋର୍ସିଂ ବ୍ୟବସ୍ଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା, ସମସ୍ତ ଚାଷୀ ଓ ଭାଗଚାଷୀମାନଙ୍କୁ ଏକକାଳୀନ ଋଣମୁକ୍ତ କରିବା, ଚାଷୀମାନଙ୍କୁ ରିହାତି ଦରରେ ପର୍ଯ୍ୟାପ୍ତ ସାର ଯୋଗାଇବା, ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା, ଚାଷୀ ପାଉଥିବା ସମସ୍ତ ସୁବିଧା ଭାଗଚାଷୀମାନଙ୍କୁ ତୁରନ୍ତ ପ୍ରଦାନ କରିବା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବର୍ଷକୁ ୨ଶହ ଦିନର କାମ ଓ ଦୈନିକ ୭ ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ସରକାରୀ ସଂପତ୍ତି ବିକ୍ରି / ଘରୋଇକରଣ ବନ୍ଦ କରିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା, ଧର୍ମ ନିରପେକ୍ଷତା ଏବଂ ସାଂପ୍ରଦାୟିକ ସଦ୍‌ଭାବନାର ସୁରକ୍ଷା, ଧର୍ମ ଓ ଜାତି ନାମରେ ବିଦ୍ୱେଷ ସୃଷ୍ଟି କରି ବିଭାଜନକାରୀ ରାଜନୀତି ବନ୍ଦ କରିବା ଆଦି ଦାବି ନେଇ ଓଡ଼ିଶା କୃଷକ ସଭା ସିଆଇଟିୟୁ ଓ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍ ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ ସଂଗଠିତ କରାଯାଇଥିଲା। ଏହି ଆଇନ୍ ଅମାନ୍ୟ ଆନ୍ଦୋଳନରେ ୧୦୦ ରୁ ଉର୍ଦ୍ଧ୍ୱ ବାମପନ୍ଥୀ କର୍ମୀ ଆଇନ୍ ଭଂଗ କରି ଗିରଫ ହୋଇଥିଲେ। ଏହି ଆଇନ୍ ଅମାନ୍ୟ ଆନ୍ଦୋଳନରେ ସିଆଇଟିୟୁ ଜିଲା ସଭାପତି ଦିବ୍ୟସିଂହ ନାୟକ, ଓଡ଼ିଶା କୃଷକ ସଭା ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ଯୁବନେତା ବିକାଶ ନାଥ, ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଜିଲା ସଭାପତି ପ୍ରଫୁଲ୍ଲ ପାଢୀ, ଚାଷୀ ନେତା ବିଷ୍ଣୁ ଦାଶ, ଗୟାଧର ସାହୁ, ରମେଶ ସାହୁ, ନିରଞ୍ଜନ ପାଣି, ଜୟୀରାମ ଦାସ, ଚକ୍ରଧର ଦାସ, ନବଘନ ନାଥ, କାହ୍ନୁକିଶୋର ସାହୁ, ନାରାୟଣ ଦାଶ, କାଳନ୍ଦୀ ପାତ୍ର, ସେକ୍ ସନାଉଲ୍ଲା, ସ୍କେ ସିକୁ, କାଲୁ ଖାଁ, ମାର୍କଣ୍ଡ ଜେନା, ଚିତ୍ରସେନ ଜେନା, ଛାତ୍ରନେତା ଷ୍ଟାଲିନ ଟିଟନ ଲେଙ୍କା, ବିକ୍ରମ ନାୟକ ପ୍ରମୁଖ ଯୋଗଦେଇ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.