Home ଜିଲ୍ଲା ପରିକ୍ରମା ଭଦ୍ରକରେ ସାଂସଦ ଖେଳ ମହୋତ୍ସବ ଉଦ୍‌ଯାପିତ, ୩୫୨୮୮ କ୍ରୀଡାବିତ୍‌ଙ୍କ ଅଂଶ ଗ୍ରହଣ, ୪୯୨ ଙ୍କୁ ମିଳିଲା...

ଭଦ୍ରକରେ ସାଂସଦ ଖେଳ ମହୋତ୍ସବ ଉଦ୍‌ଯାପିତ, ୩୫୨୮୮ କ୍ରୀଡାବିତ୍‌ଙ୍କ ଅଂଶ ଗ୍ରହଣ, ୪୯୨ ଙ୍କୁ ମିଳିଲା ପଦକ

0

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ କ୍ଷେତ୍ରରେ ଦୀର୍ଘ ଏକମାସ ଧରି ଚାଲିଥିବା ସାଂସଦ ଖେଳ ମହୋତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ସନ୍ତାନ ଭାବେ ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଛି। ସମସ୍ତ ସଂସଦୀୟ କ୍ଷେତ୍ରରେ ଏହି ମହୋତ୍ସବ କରାଯାଇ ଗ୍ରାମାଂଚଳରେ ବଣମଲ୍ଲୀ ଭଳି ଥିବା କ୍ରୀଡାବିତ୍‌ଙ୍କୁ ଲୋକଲୋଚନକୁ ଆଣିବା ଏହାର ମୂଳ ଲକ୍ଷ୍ୟ ବୋଲି ଭଦ୍ରକର ନେହେରୁ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଯାପନ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କହିଛନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ର ୭ଟି ନିର୍ବାଚନ ମଣ୍ଡଳୀର ୩୫୨୮୮ ଜଣ ଅଂଶ ଗ୍ରହଣ କରିଥିବାବେଳେ ୪୯୨ କୃତୀ ପ୍ରତିଯୋଗୀଙ୍କୁ ଏହି ଉତ୍ସବରେ ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୧୬୪ ଜଣ ସ୍ୱର୍ଣ୍ଣ, ୧୬୪ ଜଣ ରୌପ୍ୟ ଓ ୧୬୪ ଜଣଙ୍କୁ ବ୍ରୋଂଚ ପଦକ ବିଜେତା ଭାବେ ଘୋଷଣା କରାଯାଇ ପଦକ, ଟ୍ରଫି ଦିଆଯାଇଛି। ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ଏହି ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ସାଂସଦ ଖେଳ ପ୍ରତିଭା ଚୟନ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସୁଯୋଗର ଏକ ମାଇଲ୍ ଖୁଂଟ ହୋଇଛି ବୋଲି କହିବା ସହ ଖେଳରେ ହାର, ଜିତ୍ ବଡ କଥା ନୁହେଁ। କ୍ରୀଡାରେ ଆଜିର ଛାତ୍ରଛାତ୍ରୀମାନେ ମନନିବେଶ କଲେ ନିରୋଗ ରହିବା ସହ ମାନସିକ ସ୍ତରରେ ନିଜକୁ ସୁସ୍ଥ ରଖି ଭାରତକୁ ବିଶ୍ୱରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମୀଣ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଡେପୁଟି କଲେକ୍ଟକର କାର୍ତିକନାଥ ମଣ୍ଡଳ, ଡିପିଇଓ ରାଜେନ୍ଦ୍ର ଦତ, ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଭଣ୍ଡାରିପୋଖରୀ ବିଧାନସଭା ନେତା ସୁଧାଂଶୁ ନାୟକ, ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତି, ଉଦୟ ମଲ୍ଲିକ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିର୍ଳା ନାୟକ, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ସମାଜସେବୀ ଅଶୋକ ନାୟକ, ପୂର୍ବତନ ବିଜେପି ଜିଲା ସଭାପତି ଅକ୍ଷୟ ସାହୁ, ଜିଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷା ରଂଜିତା ସ୍ୱାଇଁ, ସିମୁଳିଆ ବିଧାୟକ ପ୍ରତିନିଧି ନୀଳମାଧବ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାକୁ ଶିକ୍ଷାବିତ୍ ମନୋଜ ସାହୁ ସଂଯୋଜନା କରିଥିବାବେଳେ କିଶୋର କିଙ୍କର ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍‌ଯାପନୀ ଉତ୍ସବ ପୂର୍ବରୁ ଭଦ୍ରକର ପୂର୍ବତନ ପୌରାଧ୍ୟକ୍ଷ ଯୁବ ବିଜେପି ନେତା ଇଂ ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ୱରେ ଭଦ୍ରକ, ଭଣ୍ଡାରିପୋଖରୀ, ବନ୍ତ ଅଂଚଳର ସହସ୍ରାଧିକ ଦଳୀୟ ଯୁବକ ଏକ ବାଇକ୍ ଶୋଭାଯାତ୍ରାରେ ନେହେରୁ ଷ୍ଟାଡିୟମ୍‌ରେ ପହଂଚିଥିଲେ। ତେବେ ଏହି ସଭାକୁ ଜିଲା ସଭାପତି ଶ୍ରୀ ପଣ୍ଡା ଇଂ ଶ୍ରୀ ସାମଲଙ୍କୁ ମଂଚାସୀନ ହେବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ସେଠାକୁ ନଯାଇ ମଂଚ ତଳେ ଥିବା ଦଳୀୟ କର୍ମୀଙ୍କୁ ଶୃଙ୍ଖଳିତ ଭାବେ ବସିବାରେ ସହାୟକ ହେଉଥିବାର ଦେଖାଯାଇଥିଲା। ଏବଂ ସେ ଖେଳ ଗ୍ୟାଲେରୀରେ ବସି କ୍ରୀଡାବିତ୍ ଓ ଉପସ୍ଥିତ ଲୋକଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.