Home ଜିଲ୍ଲା ପରିକ୍ରମା ଭଦ୍ରକରେ ସପ୍ତାହନ୍ତ ସଟ୍‌ଡାଉନ୍

ଭଦ୍ରକରେ ସପ୍ତାହନ୍ତ ସଟ୍‌ଡାଉନ୍

37

ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କୋଭିଡ୍‌-୧୯ ର ଦ୍ୱିତୀୟ ଲହରୀ ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ଏହି ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଘୋଷଣା କରିଥିବା ସପ୍ତାହନ୍ତ ସଟଡାଉନ୍ ଭଦ୍ରକରେ କଡାକଡି ଭାବେ ପାଳନ କରାଯାଉଛି । ଆଜି ସକାଳୁ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ଏହି ସପ୍ତାହାନ୍ତ ସଟ୍‌ଡାଉନ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ସପ୍ତାହାନ୍ତ ସଟଡାଉନ୍ ବେଳେ ସକାଳ ୫ ଟାରୁ ୬ଟା ଯାଏଁ ୧ ଘଣ୍ଟା ମର୍ଣ୍ଣି ୱାକ୍‌, ବ୍ୟାୟାମ୍ ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି । ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଭଦ୍ରକର ବିଭିନ୍ନ ସ୍ଥାନରେ ନିଜେ ଯାଞ୍ଚର ସମୀକ୍ଷା କରିଥିବାବେଳେ ସହରର ବନ୍ତଛକ, ଅପର୍ତ୍ତିବିନ୍ଧା ଛକ, ଓ.ଟି ମାର୍କେଟ୍ ଛକ, ବାଇପାସ୍ ଠାରେ ପୁଲିସ୍‌ର କଡା ପ୍ରହରା ଚାଲିଥିବାବେଳେ ଚେକିଂ ମଧ୍ୟ କଡାକଡି ହୋଇଛି । ଏହି ସପ୍ତାହନ୍ତ ସଟ୍‌ଡାଉନ୍ ସମୟରେ ଭଦ୍ରକ ପୌରାଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.