ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷପରି ଚଳିତ ବର୍ଷ ଭଦ୍ରକ ସହରର କୁଆାଁସ ସ୍ଥିତ ପ୍ରଭୁ ସିଦ୍ଧିବିନାୟକଙ୍କର ମନ୍ଦିରରେ ଶ୍ରୀ ଶ୍ରୀ ସୀଦ୍ଧି ବିନାୟକଙ୍କ ଦ୍ୱାଦଶ ବାର୍ଷିକ ତ୍ରିଦିବସୀୟ ପ୍ରତିଷ୍ଠା ଉସ୍ôବ ମନ୍ଦିର କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ପ୍ରଥମ ଦିବସରେ ହନୁମାନ ଚାଳିସା ପାଠ ଓ ନାମଯଜ୍ଞ ଏବଂ ଗତକାଲି ଅଧିବାସ ପଂଚଞ୍ଚଗବ୍ୟ ଶୋଧନ, ସୂର୍ଯ୍ୟପୁଜା, ସୂର୍ଯ୍ୟାଗ୍ନୀ ଆହୋରଣ, କଳସ ଯାତ୍ରା, ଦ୍ୱାରପାଳ ପୂଜା, ପାଶ୍ୱର୍ଦେବତା ପୂଜା, ଅଗ୍ନିସ୍ଥାପନ, ଧ୍ୱଜ ଉତୋଳନ, ଗଣପତିଙ୍କ ୧୦୮ ଆହୁତି ପ୍ରଦାନ, ବାସ୍ତୁପୂଜା, ଗୀତା ଯଜ୍ଞ ଓ ଅଷ୍ଟପ୍ରହରୀ ନାମ ସଂକିର୍ତନ ଅରାମ୍ଭ ହୋଇଯାଇଛି। ଆଜି ଉସ୍ôବବର ୩ୟ ଦିବସରେ ସିଦ୍ଧି ବିନାୟକଙ୍କ ମହାସ୍ନାନ, ଶୋଡ଼ଷ ଉପଚାର ପୂଜା, ୧୦୦୮ ମହାମୃତୁଞ୍ଜୟ ମନ୍ତ୍ର ଜପ, ସପ୍ତଚଣ୍ଡି ଯଜ୍ଞ, ଗଣପତିଙ୍କ ୧୦୦୮ ଆହୁତି ପ୍ରଦାନ ଏବଂ ଅପରାହ୍ନ ୫ଘଟିକାରେ ପୁର୍ଣ୍ଣାହୁତି ଅନୁଷ୍ଠିତ ହେବା ସହ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ହୋଇଥିଲା। ଏହି ପ୍ରତିଷ୍ଠା ଉସ୍ôବ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଯୋଗଦାନ କରି ପ୍ରଭୁ ଅଗ୍ରପୁଜ୍ୟ ସିଦ୍ଧିଦାତା ବିନାୟକଙ୍କ କୃପା ଲାଭ କରିଥିବାରୁ ମନ୍ଦିର କମିଟି ତରଫରୁ ଅଧ୍ୟକ୍ଷ ସମାଜସେବୀ କିଶୋର ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।