ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମକୃଷ୍ଣ ପରମହଂସଙ୍କ ଜୀବନ ହେଉଛି ଭାରତ ବଷର୍ର ଦୁଇ ହଜାର ବର୍ଷ ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ସଂସ୍କରଣ । ଭାରତ ବଷର୍ର ଅନ୍ତରାତ୍ମା ତିନୋଟି ବଳିଷ୍ଠ ସ୍ତମ୍ଭ ଉପେର ପ୍ରତିଷ୍ଠିତ : ସଂହତି, ସମନ୍ୱୟ ଓ ସଦ୍ଭାବନା । ଶ୍ରୀରାମକୃଷ୍ଣ ତାଙ୍କ ଜୀବନକାଳରେ ଏହାର ଭୂୟସୀ ଦୃଷ୍ଟାନ୍ତ ଦେଇ ଯାଇଛନ୍ତି । ତାଙ୍କର ବିଖ୍ୟାତ ଉକ୍ତି ଯେତେ ମତ , ସେତେ ପଥ ଏହାର ଉକ୍ତୃଷ୍ଟ ଉଦାହରଣ । ଶ୍ରୀରାମକୃଷ୍ଣ ଥିଲେ ଜଣେ କାଳୀ ମନ୍ଦିରର ନୈଷ୍ଠିକ ପୂଜାରୀ । ଅଥଚ ନିଜ ଜୀବନକାଳରେ ତନ୍ତ୍ରସାଧନା ଏବଂ ନିବିର୍କଳ୍ପ ସାଧନାରେ ସିଦ୍ଧି ହାସଲ କରିବା ସହିତ ଇସଲାମ ଏବଂ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ, ଏହା ଆଜି ବିଶ୍ୱାସ କରିହୁଏନା । ସେଇଥିପାଇଁ ସେ ହେଉଛନ୍ତି ଭାରତୀୟ ଅନ୍ତରାତ୍ମାର ମୁକୁର । ଯେମିତି ମାନବ ସମାଜର କଲ୍ୟାଣ ନିମେନ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ସବର୍ଶ୍ରେଷ୍ଠ ଉପହାର ହେଉଛି ଶ୍ରୀମଦ୍ ଭଗବତ୍ଗୀତା, ସେହି କ୍ରମରେ ମାନବ ଜାତିର ଉତଥାନ ନିମନ୍ତେ ଶ୍ରୀରାମକୃଷ୍ଣଙ୍କର ଅମୂଲ୍ୟ ଅବଦାନ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ତାଙ୍କରି ପ୍ରେରଣାରେ ସ୍ୱାମୀ ବିବେକାନନ୍ଦ ଘୋଷଣା କରିଥିଲେ – ସନାତନ ବୈଦିକ ଧର୍ମ କେବଳ ସବୁ ଧମର୍କୁ ବିଶ୍ୱାସ କରେନାହିଁ। ସମସ୍ତ ଧମର୍କୁ ସତ୍ୟ ବୋଲି ଗ୍ରହଣ କରେ । ଗୁରୁ ଶ୍ରୀ ରାମକୃଷ୍ଣଙ୍କ ପ୍ରେରଣାରେ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ସନାତନ ପରଂପରାର ପ୍ରଥମ ସନ୍ନ୍ୟାସୀ ଯିଏ ସ୍ୱଗର୍କୁ ତୁଚ୍ଛ କରି ସଂସାରକୁ ଭଲ ପାଇଥିଲେ , ଦେବାଦେବୀଙ୍କ ପୂଜାକୁ ଅଣଦେଖା କରି ଦରିଦ୍ର ଓ ଅସହାୟଙ୍କର ଆରାଧନା କରିଥିଲେ ଏବଂ ବ୍ୟକ୍ତିଗତ ମୋକ୍ଷ ଅପେକ୍ଷା ସାମାଜିକ ଓ ଆର୍ଥିକ ସିଡିର ନିମ୍ନ ପାହାଚରେ ବାସ କରୁଥିବା ବ୍ୟକ୍ତିଙ୍କର ଜୀବନର ମାନ ବୃଦ୍ଧି ନିମନ୍ତେ ସଂକଳ୍ପ ନେଇଥିଲେ । ଖ୍ୟାତନାମା ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଭଦ୍ରକର ଶ୍ରୀରାମକୃଷ୍ଣ ଆଶ୍ରମରେ ଶ୍ରୀରାମକୃଷ୍ଣଙ୍କର ୧୯୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସଭାରେ ବକ୍ତାମାନେ ଦିବଗଂତ ରାଖାଲଚନ୍ଦ୍ର ଦାସଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରିବା ସହିତ ଏହି ମତ ପ୍ରକାଶ କରିଛନ୍ତି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ବିଦ୍ୱାନ ପୂବର୍ତନ ଅଧ୍ୟକ୍ଷ ଡଃ ପ୍ରମୋଦ ନାୟକ ଶ୍ରୀରାମକୃଷ୍ଣଙ୍କୁ ଅବତାରୀ ପୁରୁଷ ଭାବେ ଅବତାରଣା କରି ତାଙ୍କ ବେଦାନ୍ତ ଦଶର୍ନ ଉପରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ଉତ୍ସବର ମୁଖ୍ୟବକ୍ତା ପୂବର୍ତନ ଅଧ୍ୟକ୍ଷ ଡଃ ଶିବପ୍ରସାଦ ଖାମୁରାଇ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ସଦ୍ଗୁରୁ ଭାବେ ବଣ୍ଣର୍ନା କରିବା ସହ ତାଙ୍କ ସମଗ୍ର ଜୀବନ କିପରି ଲୋକକଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଥିଲା, ତାହା ଉପସ୍ଥାପନା କରିଥିଲେ । ପ୍ରାରମ୍ଭରେ ରାମକୃଷ୍ଣ ଆଶ୍ରମ ଟ୍ରଷ୍ଟର ସଦସ୍ୟ ଆଡେ଼ଭାକେଟ ମନୋରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ଶେଷରେ ସମସ୍ତଙ୍କୁ କୃତଜ୍ଞତା ଅପର୍ଣ କରିଥିଲେ । ଏହି ସମାରୋହରେ ସଙ୍ଗୀତ ଗୁରୁ ଗଙ୍ଗାଧର ଦେହୁରୀ ଏବଂ ଜୟନ୍ତୀ କରଶର୍ମା ଭକ୍ତି ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମେର ଇଂ ଅଭୟ ପଣ୍ଡା, ଫାରୁକ ଭାଇ,ସୁଧାକର ରାଉତ, ବିବେକାନନ୍ଦ ମୁଖାର୍ଜୀ, ଗୋଲକ ବିହାରୀ ସାହୁ ,ପ୍ରମୋଦ କୁମାର ଜେନାଙ୍କ ସେମତ ଭଦ୍ରକର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।








