Home ଜିଲ୍ଲା ପରିକ୍ରମା ଭଦ୍ରକରେ ଶତାଧିକ ବର୍ଷର ପରମ୍ପରା ଶ୍ରୀ ଶ୍ରୀ ଅନନ୍ତନାରାୟଣ ପୂଜା

ଭଦ୍ରକରେ ଶତାଧିକ ବର୍ଷର ପରମ୍ପରା ଶ୍ରୀ ଶ୍ରୀ ଅନନ୍ତନାରାୟଣ ପୂଜା

194

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅନ୍ତର୍ଗତ ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ମଙ୍ଗଳବାର ଅନନ୍ତ ବ୍ରତ ପୂଜାରେ ମହାପ୍ରଭୁ ଶ୍ରୀଶ୍ରୀ ଅନନ୍ତନାରାୟଣଙ୍କ ପୂଜା ଉତ୍ସବ କୋବିଡ଼ ନିୟମରେ ଏବଂ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି । ଏଥି ସକାଶେ ପୀଠରେ ଆୟୋଜନ ଆରମ୍ଭ ହୋଇଛି । ସାଳନ୍ଦୀ ଘାଟରୁ କଳସ ଆସିବା ପରେ ଘଟ ସ୍ଥାପନ, ପ୍ରଭୁଙ୍କ ଅନନ୍ତ ନାଗ ବ୍ରତ ପୂଜାପାଠ ସହ ପାରମ୍ପରିକ ରୀତି ଓ ନୀତିକାନ୍ତିରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ମନ୍ଦିରରେ ବିଗ୍ରହ ଅନନ୍ତ ଶୟନକୁ ଦେଖବା ପାଇଁ ଶ୍ରଦ୍ଧାଳୁ ଏବଂ ବ୍ରତ ପାଳୁଥିôବା ଶହଶହ ଭକ୍ତଙ୍କର ଭିଡ଼ ଲାଗିଥାଏ । ମାତ୍ର କୋବିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୂଜା ନିରାଡମ୍ବର ପାଳନ କରାଯାଉଛି । ଏହି ନରିପୁରସ୍ଥ ଗ୍ରାମରେ ଆଜକୁ ଶତାଧିକ ବର୍ଷ ଧରି ଏହି ବ୍ରତ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ଲୋକ ସଂସ୍କୃତି ପରମ୍ପରା ବିଶ୍ୱାସକୁ ନେଇ ପ୍ରତିବର୍ଷ ଅନନ୍ତ ବ୍ରତରେ ମହାପ୍ରଭୁ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜାରେ ଅସ୍ତଳ ଗ୍ରାମ ହୋଇ ଉଠେ ଉତ୍ସବମୁଖର । ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରତିବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଶତାଧିକ ବର୍ଷର ପୂଜା ପରମ୍ପରା ସାର୍ବଜନୀନ ଓ ଗଣପର୍ବ ଭାବେ ପ୍ରସିଦ୍ଧି ଲାଭ କରିଛି । କିମ୍ବଦନ୍ତୀ ଅନୁସାରେ ଏହି ପୂଜା ଶତାଧିକ ବର୍ଷ ତଳୁ ପୁରୁଷାନୁକ୍ରମିକ ଭାବେ ପାଳିତ ହୋଇ ଆସୁଛି । ଯିଏ ଯାହା ପ୍ରଭୁଙ୍କ ପାଖେ ମାନସିକ ରଖେ, ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ପର୍ବ ଉପଲକ୍ଷେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କ ନିକଟରେ ଶରଣାପନ୍ନ । ଏକଶତ ବର୍ଷ ତଳେ ଭଦ୍ରକ ସହରର ନରିପୁର (ଅସ୍ତଳ) ଗ୍ରାମନିବାସୀ ସ୍ୱର୍ଗତ କ୍ଷେତ୍ରମୋହନ ନାୟକ ଓ ତାଙ୍କ ସାଙ୍ଗ ସ୍ୱର୍ଗତ ପୁରୁଷୋତ୍ତମ ପଢିଆରୀ ଦୁହେଁ ବନ୍ତ ବ୍ଳକ ଅନ୍ତର୍ଗତ ମଙ୍ଗୁଲୀ ଗ୍ରାମର ଏକ ତିନିଛକ ରାସ୍ତାରେ ତମ୍ବା ନାଗ, ବ୍ରତ ଆଦି ଠାକୁରଙ୍କୁ ପାଇ ସ୍ୱର୍ଗତ ନାୟକ ତାଙ୍କ ଘରକୁ ଆଣିଥିଲେ ।

କ୍ଷେତ୍ରମୋହନ ଓ ତାଙ୍କ ପତ୍ନୀ ଜଞ୍ଜାଳୀ ଦେବୀ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଆସୁଥବା ବେଳେ ତାଙ୍କ ପୁତ୍ର ସୁରେନ୍ଦ୍ର ଓ ପୁତ୍ରବଧୂ ହରିପ୍ରିୟା ଦୈନନ୍ଦିନ ନୀତିପୂଜା କରୁଥିଲେ । ଘର ପାଖ ଚଉଁରା ମୂଳରେ ସ୍ୱତନ୍ତ୍ର ଠାକୁର ଘର ନିର୍ମାଣ ଚାଲୁଥିବା ବେଳେ ୧୯୭୯ ମସିହାରେ ଅକ୍ଷୟ ତୃତୀୟା ଦିନ ଅନନ୍ତ ଶଯ୍ୟା ବିଶିଷ୍ଟ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ସ୍ୱପ୍ନାଦେଶ ପାଇ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ । ତିହିଡ଼ି ଥାନା ଅନ୍ତର୍ଗତ ପାଳିଆ ଗ୍ରାମର ମୂର୍ତ୍ତି କାରିଗର ବାବାଜୀ ପୃଷ୍ଟିଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ବିଗ୍ରହମାନ ଗଢିଥିବା କୁହାଯାଉଛି । ସ୍ୱର୍ଗତ ସୁରେନ୍ଦ୍ରଙ୍କ ପରେ ଏହି ପୂଜା ରୀତି ଅନୁଯାୟୀ ତାଙ୍କ ବଡପୁଅ ଅମର ନାୟକ ଏହାର କର୍ତ୍ତା ହେଉଛନ୍ତି । କଲିକତାରୁ ବିଭିନ୍ନ କିସମର ଫୁଲ ଓ କାରିଗର ଏଠାରେ ପହଞ୍ଚି ଠାକୁରଙ୍କୁ ସୁସଜ୍ଜିତ କରିଥାନ୍ତି ଏବଂ ସ୍ୱପ୍ନାକୃତ ହେଲେ ବିଗ୍ରହଙ୍କୁ ରଙ୍ଗ କରାଯାଏ । ଅନନ୍ତ ବ୍ରତ ଦିନ ମହାପ୍ରଭୁଙ୍କ ଅନନ୍ତ ଶୟନ ବେଶ ଦର୍ଶନ ପାଇଁ ଭଦ୍ରକ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଏଠାକୁ ଆସି ପ୍ରଭୁଙ୍କ ଦର୍ଶନ କରି ସେମାନଙ୍କର ମାନସିକ ପୂରଣ ପାଇଁ ଭୋଗ, ସପ୍ତଫେଣା ନାଗ ଦେଇ ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋବିଡ଼ ପାଇଁ ନିରାଡମ୍ବର ଭାବେ ପାଳନ କରାଯାଉଥିବା ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ପତ୍ନୀ ହରିପ୍ରିୟା ଦେବୀଙ୍କ ଜ୍ୟେଷ୍ଠପୁତ୍ର ମୁଖ୍ୟକର୍ତ୍ତା ଅମର ନାୟକ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.