Home ଜିଲ୍ଲା ପରିକ୍ରମା ଭଦ୍ରକରେ ରାଜ୍ୟସ୍ତରୀୟ “ଭାରତକୁ ଜାଣ’ ପ୍ରଶ୍ନମଂଚ ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକରେ ରାଜ୍ୟସ୍ତରୀୟ “ଭାରତକୁ ଜାଣ’ ପ୍ରଶ୍ନମଂଚ ପ୍ରତିଯୋଗିତା ଅନୁଷ୍ଠିତ

8

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଶାଖା ଆତିଥ୍ୟୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ୧୬ଟି ଶାଖା ତରଫରୁ ଚୟନ ହୋଇଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡାଙ୍କ ସ୍ୱାଗତ କରିଥିବା ବେଳେ, ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଭାରତ କୋ ଜାନୋର ମହତ୍ୱ ସଂପର୍କରେ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଂଟିଆ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭାରତର ମହାନ୍ ସଂସ୍କୃତି ପରମ୍ପରା ବିଷୟରେ ଅଧ୍ୟୟନ କରିବା ସହିତ ସ୍ୱାମୀ ବିବେକାନନ୍ଦଙ୍କ ଦେଶପ୍ରେମ ରେ ଉଦବୁଦ୍ଧ ହୋଇ ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ଅବନ୍ତିକାର ଚେୟାରମ୍ୟାନ ଅମିୟ ମଲ୍ଲିକ ଯୋଗ ଦେଇ ପିଲାମାନଙ୍କୁ ପ୍ରେରିତ କରିଥିଲେ । ସେହିପରି ପୂର୍ବ ପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ, ପ୍ରାନ୍ତୀୟ ଗତିବିଧି ସଂଯୋଜକ ସଂସ୍କାର ବିମଳ କାନ୍ତ ମହାନ୍ତି ନିଜ ନିଜର ବକ୍ତବ୍‌୍ୟ ରଖିଥିଲେ।ଏହି ଭାରତକୁ ଜାଣ ପ୍ରଶ୍ନମଂଚ ପ୍ରତିଯୋଗିତା କୁ କୁଇଜ୍ ମାଷ୍ଟର ପଦ୍ମନାଭ ପଣ୍ଡା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ଭଦ୍ରକ ଶାଖା, ବାଲେଶ୍ୱର ଶାଖା, ପୁରୀର ଶ୍ରୀଜଗନ୍ନାଥ ଧାମ ଶାଖା, ବ୍ରହ୍ମପୁର ଶାଖା, ବ୍ରହ୍ମପୁର ବିବେକାନନ୍ଦ ଶାଖା,ଭୁବେନଶ୍ୱର ଭୁବନେଶ୍ୱର ଉତର ଶାଖା, ଭୁବନେଶ୍ୱର ସେଂଟ୍ରାଲ ଶାଖା, ଭୁବନେଶ୍ୱର ବାଣୀ ବିହାର ଶାଖା, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶାଖା, ବଡବିଲ ଶାଖା, ଢେଙ୍କାନାଳ ଶାଖା, ସତ୍‌ଯବାଦୀ ଶାଖା,ନୟାଗଡ଼ ଶାଖା ଆଦି ବିଭିନ୍ନ ଶାଖା ଅନ୍ତର୍ଗତ ବିଦ୍‌ଯାଳୟ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଅପରାହ୍ନରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବରେ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତାର ରାଷ୍ଟ୍ରୀୟ ପରିଷଦର ସଦସ୍ୟା ବିଜୟଲକ୍ଷ୍ମୀ ସାହୁ ଯୋଗ ଦେଇଥିଲେ।ଉଦଯାପନ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଭଦ୍ରକ , ଡାକ୍ତର ସୁଧୀର ରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ବିଶିଷ୍ଟ ଅତିଥି ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଂଟିଆ , ଓଡ଼ିଶା ପୂର୍ବ ପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ, ପ୍ରାନ୍ତୀୟ ଗତିବିଧି ସଂଯୋଜକ ସଂସ୍କାର ବିମଳ କାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।କନିଷ୍ଠ ବର୍ଗରେ ଭୁବନେଶ୍ୱର ଉତର ଶାଖାର ବିଶ୍ୱବିଦ୍ୟାଳୟ ହାଇସ୍କୁଲ ବାଣୀବିହାର ତୃତୀୟ ହୋଇଥିବା ବେଳେ( ସସ୍ମିତା ନନ୍ଦ, ବିସ୍ମୟ ମହାନ୍ତି ), ଦ୍ୱିତୀୟ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଟିଆ ( ଦିବ୍ୟାଂଶୁ ଶେଖର ପଣ୍ଡା, ଶୋହନ କୁମାର ନାଥ ), ପ୍ରଥମ ସ୍ଥାନରେ ଡିଏଭି ପବ୍ଲିକ ସ୍କୁଲ ପୁରୀ ( ରଣବୀର ସିଂହ, ଆଦିତ୍ୟନାରାୟଣ ଶତପଥି ) କୃତିତ୍ୱ ଅର୍ଜନ କରିଥିଲେ ।ସେହିପରି ବରିଷ୍ଠ ବର୍ଗରେ ତୃତୀୟ ସ୍ଥାନରେ କେସି ପବ୍ଲିକ ସ୍କୁଲ ବ୍ରହ୍ମପୁର ( ପ୍ରିନ୍ସ କୁମାର ବେହେରା, ତ୍ରିଲୋକନାଥ ଦାସ), ଦ୍ୱିତୀୟ ସ୍ଥାନରେ ସେଂଟ ମାରୟ ସ୍କୁଲ, ବଡବିଲ ( ଅଶ୍ରିତ୍ ମେନ୍ଦରିନାଥ, ପ୍ରତ୍ୟୁଷ ସିଂହ) , ପ୍ରଥମ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଣିକମ୍ଭ ବାଲେଶ୍ୱର ( ସାଇକ୍ରୀଷ୍ଣା ମହାନ୍ତି, ଅନୁରାଗ ବାରିକ ) କୃତିତ୍ୱ ଅର୍ଜନ କରିଥିଲେ । ଏହି ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ମାନେ କ୍ଷେତ୍ରୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ପାରିବେ। ଅତି ଚିତାକର୍ଷକ ଭାବେ ସମସ୍ତ ପ୍ରତିଯୋଗୀ ମାନେ ଉତର ରଖି ସଂଘର୍ଷ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ମହିଳା ଓ ସହଭାଗିତା, ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ପ୍ରାନ୍ତ ସଂସ୍କାର ସଚିବ ବିମଳ କାନ୍ତ ମହାନ୍ତି , ଭଦ୍ରକ ଶାଖା କୋଷଧ୍ୟକ୍ଷ ଇଞ୍ଜିନିୟରି ବିଭୁ କଲ୍ୟାଣ ସ୍ୱାଇଁ, ସଂସ୍କାର ସଚିବ ପୁରୁଷୋତମ ମହାନ୍ତି, ସଂପର୍କ କାର୍ତିକ ଚନ୍ଦ୍ର ଭାରତୀ, ମହିଳା ସହଭାଗିତା ସଂଗୀତା ଗିରି, ପର୍ଯ୍ୟାବରଣ ରବି ନାରାୟଣ ରାଉତ, ସଞ୍ଜୀବ ମହାନ୍ତି ପ୍ରମୁଖ ଭଦ୍ରକ ଶାଖାର ସମସ୍ତ ସଦସ୍‌ଯ ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ ଭଦ୍ରକ ଶାଖା ସଚିବ ପ୍ରଦୀପ ପୁହାଣ ଧନ୍‌ଯବାଦ ଅର୍ପଣ କରିଥିଲେି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.