Home ଜିଲ୍ଲା ପରିକ୍ରମା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ପ୍ରତୀକ ଧାରଣା

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ପ୍ରତୀକ ଧାରଣା

21

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଫେବୃୟାରୀ ମାସ ୧୧,୧୨,୧୩ ଓ ୧୪ ତାରିଖ ଦିନ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ,ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ସାଂସଦ ମଂଜୁଲତା ମଣ୍ଡଳଙ୍କ ବାସ ଭବନ ଆଗରେ ପ୍ରତୀକ ଧାରଣାରେ ବସିବା ପାଇଁ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସର୍ବସାଧାରଣରେ ଦାବି ହୋଇ ଆସୁଛି । ଏଇ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବର୍ତ୍ତମାନ ୧୫ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ସାରିଥିଲେ ମଧ୍ୟ ଭଦ୍ରକର ଦାବିକୁ ରାଜ୍ୟ ସରକାର ଅଣଦେଖା କରି ଆସୁଛନ୍ତି । ଭଦ୍ରକର ସମସ୍ତ ପଡୋଶୀ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଉନ୍ନତି ଘଟିଥିଲେ ମଧ୍ୟ ଭଦ୍ରକର ସ୍ଥିତି ଅତ୍ୟନ୍ତ ଶୋଚନୀୟ ରହିଛି । ଏହି ମର୍ମରେ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବାସଭବନ ସମ୍ମୁଖରେ ପ୍ରତୀକ ଧାରଣାରେ ବସିବା ପାଇଁ ନିଷ୍ପତି ଗ୍ରହର କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଧାୟକ ସଂଜୀବ ମଲିକ, ବିଧାୟକ ବିଷ୍ଣୁ ସେଠୀ ଏବଂ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ଲୁଲୁ ସାମଲଙ୍କୁ କ୍ରିୟାନୁଷ୍ଠାନ କମିଟି ତରଫରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ହରେକୃଷ୍ଣ ନାୟକ, ଅଭୟ ଦ୍ୱିବେଦୀ, ଶାନ୍ତନୁ ରାଉତ, ସୁଧାକର ରାଉତ, ପର୍ଶୁରାମ ଦ୍ୱିବେଦୀ, ବଳରାମ ମିଶ୍ର, ସଂଗ୍ରାମ ମହାନ୍ତି ପ୍ରମୁଖ ସଦସ୍ୟମାନେ ସାକ୍ଷାତ କରି ପ୍ରତୀକ ଧାରଣା ସଂପର୍କରେ ଚିଠି ପ୍ରଦାନ କରିଛନ୍ତି । ଆଗାମୀ ୧୮ ତାରିଖରୁ ବିଧାନସଭା ଅଧିବେଶନ ବସିବାକୁ ସ୍ଥିର ହୋଇଥିବାବେଳେ, ଏହି ପ୍ରତୀକ ଧାରଣା, ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି ଭଦ୍ରକବାସୀ ଅତ୍ୟନ୍ତ ଆଶାବାଦୀ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.