Home ଜିଲ୍ଲା ପରିକ୍ରମା ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର, ୧୬୭ ଅଭିଯୋଗ ଦାଖଲ

ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର, ୧୬୭ ଅଭିଯୋଗ ଦାଖଲ

6

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ର ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ (ରାଜସ୍ୱ) ସହିତ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦୠ ,ମୂଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତି, ଡେପୁଟି କଲେକ୍ଟର ଶ୍ରୀ କାର୍ତିକ ନାଥ ମଣ୍ଡଳ, ଜ୍ଞାନ ରଂଜନ ସାହୁ , ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମି ରଂଜନ ମଲ୍ଲିକ, ସଂଗ୍ରାମ ଖୁଂଟିଆ ତହସିଲଦାର, ଭଦ୍ରକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୬୭ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୧୪୦ ଟି ବ୍ୟକ୍ତିଗତ ଥିଲାବେଳେ , ୨୨ଟି ସାମୁହିକ ଥିଲା। ୪୫ ଟି ସମାଧାନ ସଙ୍ଗେ ସଙ୍ଗେ ହୋଇଥିଲା।ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୧ ଜଣଙ୍କୁ ୫୦୦୦ ଟଙ୍କା ଓ ରେଡକ୍ରସ ରୁ ୪ ଜଣଙ୍କୁ ୧୪୦୦୦ ଟଙ୍କା ମୋଟ ୧୯୦୦୦ଟଙ୍କା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.