Home ଜିଲ୍ଲା ପରିକ୍ରମା ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର

ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର

6

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ସହିତ ଆରକ୍ଷୀ ଅଧିକାରୀ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ,ମୂଖ୍ୟ ଚିକିତ୍ସା ଅଧିକାରୀ ଡ ସୁଧିରଞ୍ଜନ ନାୟକ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତି,ଡେପୁଟି କଲେକ୍ଟର ଜ୍ଞାନ ରଂଜନ ସାହୁ , ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମି ରଂଜନ ମଲ୍ଲିକ, ତହସିଲଦାର, ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୬୨ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୧୩୩ ଟି ବ୍ୟକ୍ତିଗତ ଥିଲାବେଳେ , ୧୮ଟି ସାମୁହିକ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୨ ଜଣଙ୍କୁ ୨୦୦୦୦ ଟଙ୍କା ଓ ରେଡକ୍ରସ ରୁ ୯ ଜଣଙ୍କୁ ୫୦୦୦୦ ଟଙ୍କା ମୋଟ ୭୦୦୦୦ଟଙ୍କା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.