Home ଜିଲ୍ଲା ପରିକ୍ରମା ଭଦ୍ରକରେ ମା’ ବାଗ୍‌ଦେବୀଙ୍କ ପୂଜା ଉତ୍ସବ

ଭଦ୍ରକରେ ମା’ ବାଗ୍‌ଦେବୀଙ୍କ ପୂଜା ଉତ୍ସବ

8

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଗ୍‌ଦେବୀ ମା’ ସରସ୍ୱତୀଙ୍କର ପୂଜା ଉତ୍ସବ ଭଦ୍ରକରେ ଆଜିଠାରୁ ବେଶ୍ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଛି। ଆଜି ଭଦ୍ରକ ସହରର ପ୍ରସିଦ୍ଧ ଲୋକନାଥ ମନ୍ଦିର, ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଟେଲିଫୋନ୍ ଭବନ, ମାକ୍ରୋୱେବ ଟେକ୍‌ନୋଲୋଜି, ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ମେସ୍ ଓ ହଷ୍ଟେଲ, ରସାୟନ ବିଭାଗ, ପ୍ରଫେସନାଲ ପିଜି ଏଣ୍ଡ ୟୁଜି ଡିପାର୍ଟମେଓଙ୍କଣ୍ଟ, ସାଳନ୍ଦୀ ଆବାସିକ ମହାବିଦ୍ୟାଳୟ , ରୟାଲ ଆବାସିକ ମହାବିଦ୍ୟାଳୟ, ପ୍ରେସିଡେନ୍ସି କଲେଜ, ବିନାୟକ କଲେଜ, ଏସ୍‌ବିଡି ଇଂଟରନ୍ୟାସ୍‌ନାଲ ସ୍କୁଲ, ମହିଳା ମହାବିଦ୍ୟାଳୟ, ଜିଲାସ୍କୁଲ, ବାଗୁରାଇ ସ୍କୁଲ, ସରକାରୀ ବାଳିକା ମହାବିଦ୍ୟାଳୟ, ଏନ୍‌.ସି. ହାଇସ୍କୁଲ, ଶିଶୁ ମନ୍ଦିର, ଅସ୍ଥଳସ୍ଥିତ ଚମ୍ପିୟାନ କ୍ଲବ୍‌, ରାଜଘାଟ ଛକସ୍ଥିତ ଫ୍ରେଣ୍ଡସ୍ କ୍ଲବ୍‌, ସୂର୍ଯ୍ୟଶିଖା କ୍ଲବ୍ ସମେତ ଅପର୍ତିବିନ୍ଧା, ସାମରାଇପୁରସ୍ଥିତ ମହାବୀର ନଗର, ମଠସାହି, ବଙ୍କସାହି, ଗବସାହି, ବାଇପାସ୍‌, ଜଗନ୍ନାଥପୁର, ପ୍ରାଚୀନଗର, ଆଚାର୍ଯ୍ୟନଗର, ବାଗୁରାଇ, ମଣିସାହି, ରାନ୍ଦିଆ, ଜାନୁଗଂଜ, ଚରମ୍ପା, ଟେଲିଫୋନ୍ ଭବନ ଭଳି ବିଭିନ୍ନ ସ୍ଥାନରେ ବାଗ୍‌ଦେବୀଙ୍କର ପୂଜୋତ୍ସବ ପାଳିତ ହୋଇଯାଇଛି। ମାକ୍ରୋୱେବ୍ ଟେକ୍‌ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ମନୋଜ ରାୟ, ନିର୍ଦ୍ଦେଶକ ନମ୍ରତା ରାୟଙ୍କ ସମେତ ସମରେନ୍ଦ୍ର କୁମାର ପୁହାଣ, ଶୁଭସ୍ମିତା ମଲ୍ଲିକ, ରଶ୍ମି ରଞ୍ଜନ ବେହେରା, ରଶ୍ମିପ୍ରଭା ରାଉଳ, ବିକାଶ ଧଳ, ରୁଦ୍ର ନାରାୟଣ ମହାନ୍ତି, ମୋନାଲିସା ପରିଡା, ଅର୍ଶଦ ଅଲ୍ଲୀ ଖାଁ, ସୁମନ ପଣ୍ଡା, ସେବାଶ୍ରୀ ସାହୁ, ତପସ୍ୱିନୀ ଶାନ୍ତ, ମଧୁସ୍ମିତା ନାୟକ, ସଞ୍ଜୟ ସୋରେନ, ଶୁଭସ୍ମିତା ସ୍ୱାଇଁ, ରେବତୀ ବେହେରା, ଜ୍ୟୋତ୍ସ୍ନା ରାଣୀ ନାୟକ, ଅଙ୍କିତା ପାତ୍ର, ରାଜ କିଶୋର ମହାନ୍ତି, ନମିତା ମହାପାତ୍ର, ସତ୍ୟରଞ୍ଜନ ରାୟ, ମାୟାଧର ଓଝା, ଶୁଭଶ୍ରୀ ଦିଗବିଜୟ ରାଉତ, ଭକ୍ତହରି ସାହୁ, ପ୍ରମୋଦ କୁମାର ପୁହାଣ, ସତ୍ୟ ଶଙ୍କର ବରାଳ, ସୁନୀଲ ବେହେରା, ନିର୍ମଳ କୁମାର ମାଝୀ ପ୍ରମୁଖ ପୂଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିପାଇଁ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉପାସନାଧାରୀ ଶ୍ରଦ୍ଧାଳୁମାନେ ମା’ଙ୍କ ପୂଜାର୍ଚ୍ଚନା ପରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏବଂ ଆଶୀର୍ବାଦ ଲାଭ କରିବା ସହ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.