Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ ଯୁବ କୌଶଳ ଦିବସ ଉତ୍ସବ ପାଳିତ

ଭଦ୍ରକରେ ବିଶ୍ୱ ଯୁବ କୌଶଳ ଦିବସ ଉତ୍ସବ ପାଳିତ

11

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଯୁବ କୌଶଳ ଦିବସ ଅବସରରେ ଭଦ୍ରକ ଜିଲ୍ଲାର ହାଇଟେକ୍ ଇଞ୍ଜିନିୟରିଂ କଲେଜ୍‌ସ୍ଥିତ ସ୍କିଲ କନେକ୍ଟ୍ ଦକ୍ଷତା ବିକାଶ କେନ୍ଦ୍ର ରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହୋଇ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଯୁବପିଢିଙ୍କୁ ଦକ୍ଷତା ଅଧିଗ୍ରହଣର ଆବଶ୍ୟକତା ବିଷୟରେ ଆଲୋକପାତ କଲେ। ସେ ଯୁବପିଢୀ ଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ କରିଥଲେ, -“ନିଯୁକ୍ତି ପାଇବା ପାଇଁ ଆମେ ଦକ୍ଷ ହେବା ଆବଶ୍ୟକ, ବିଶେଷକରି ଡିଜିଟାଲ୍ ଦକ୍ଷତା ଅଧିଗ୍ରହଣ କଲେ ଆମେ ଉଦୟମାନ ବିଶ୍ୱ ରେ ସ୍ଥାନ ବନାଇପାରିବା। ଆମେ ଦକ୍ଷ ହେବା ଓ ଦେଶ ଗଢିବାରେ ସହଭାଗିତା ରଖିବା ତାଙ୍କ ବକ୍ତବ୍ୟ ର ମୁଖ୍ୟ ବିଷୟ ରହିଥିଲା। ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଶ୍ରୀମତୀ ଅନିତା ନାୟକ ମଧ୍ୟ ତାଙ୍କ ବକ୍ତବ୍ୟ ରେ ଓଡ଼ିଶା ସରକାର ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଦ୍ୱାରା ଯୁବ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉଦ୍ୟମ ବିଷୟରେ ଅନେକ ଉପଯୁକ୍ତ ତଥ୍ୟ ଉପସ୍ଥାପନ କଲେ। କାର୍ଯ୍ୟକ୍ରମର ଦ୍ୱି୍ୱିତୀୟ ପର୍ଯ୍ୟାୟ ରେ ବିଭିନ୍ନ କୌଶଳ ପ୍ରତିଯୋଗିତାରେ ଭାଗ ନେଇଥିବା ଯୁବା ଅଂଶଗ୍ରହଣକାରୀ ଙ୍କୁ ମୁଖ୍ୟ ଅତିଥିଙ୍କ ହସ୍ତରେ ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ସମାରୋହର ଶେଷରେ ସ୍କିଲ୍ କନେକ୍ଟ ର ସଂଯୋଜକ ବିଶ୍ୱରଞ୍ଜନ କର କୃତଜ୍ଞତା ଜଣେଇ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମକୁ ସମାପ୍ତ କଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.