Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶାଳ ହିନ୍ଦୁ ସମ୍ମିଳନୀ

ଭଦ୍ରକରେ ବିଶାଳ ହିନ୍ଦୁ ସମ୍ମିଳନୀ

9

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ୧୦୦ ବର୍ଷ ପୁର୍ତୀ ଉପଲକ୍ଷେ ସମଗ୍ର ହିନ୍ଦୁ ସମାଜର ମଙ୍ଗଳ ପାଇଁ ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୨୬ ର ମହାବୀର ପଡିଆ ଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ସଂପୂର୍ଣ୍ଣ ଏକ ବର୍ଷ ଧରି ସପ୍ତସୂତ୍ରୀ କାର୍ଯ୍ୟକ୍ରମ ପାଇଁ ଯୋଜନା ହୋଇଛି।ସେଥିମଧ୍ୟରୁ ଶତାବ୍ଦୀ ବର୍ଷର ଚତୁର୍ଥ କାର୍ଯ୍ୟକ୍ରମ ହିନ୍ଦୁ ସମ୍ମିଳନୀ ଯାହା ହିନ୍ଦୁ ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ମଂଚାସୀନ ଅତିଥି ଓ ବକ୍ତା ମାନେ ସନାତନ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ।ବିଶେଷ କରି ସାମାଜିକ ସମରସତା,ସୁଦୃଢ ହିନ୍ଦୁ ପରିବାର ବ୍ୟବସ୍ଥା ,ପର୍ଯ୍ୟକ୍ଷବରଣ ସୁରକ୍ଷା ଏବଂ ନାଗରିକ କର୍ତବ୍ୟ ସମ୍ପର୍କରେ ବକ୍ତା ମାନେ ନିଜର ବହୁମୂଲ୍ୟ ମତ ରଖିଥିଲେ।ଏଥି ସହ ନିଜର ସ୍ୱ-ଭାଷା , ସ୍ୱ-ଭୂଷା ଏବଂ ସ୍ୱ-ସଂସ୍କୃତିର ମହାନତାକୁ ବଜାୟ ରଖିବା ପାଇଁ ସମାଜକୁ ଆହ୍ୱାନ ଦିଆଯାଇଥିଲା।ଏହି ଧର୍ମ ସଭାରେ ମୁଖ୍ୟ ବକ୍ତା ଭାବରେ ରାଷ୍ଟୀୟ ସଂୟ ସେବକ ସଂଘର ବାଲେଶ୍ୱର ବିଭାଗ ସହ କାର୍ଯ୍ୟ ବାହ ଗୈରୀ ପ୍ରସାଦ ରଥ ସୁବ୍ରତ ନାୟକ,ମୁଖ୍ୟ ଅତିଥି ନିରଞ୍ଜନ ସାହୁ, ନିଳକଣ୍ଠ ସାହୁ, ଆଶିଷ ବାରିକ,, ସମଗ୍ର ହିନ୍ଦୁ ସମାଜ ର ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ମାତୃଶକ୍ତି ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଘୃତଯଜ୍ଞ ଓ ଧର୍ମସଭା ପରେ ସହସ୍ରାଧିକ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିଥିଲେ।ହିନ୍ଦୁ ଜୀବନ ଶୈଳୀ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.