Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେଡି ପକ୍ଷରୁ ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀଙ୍କ ସମାନ୍ତରାଳ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକରେ ବିଜେଡି ପକ୍ଷରୁ ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀଙ୍କ ସମାନ୍ତରାଳ ଶ୍ରଦ୍ଧାଞ୍ଜଳି ସଭା

50

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ସମାନ୍ତରାଳ ଭାବରେ ବିଜେଡି ପକ୍ଷରୁ ଭଦ୍ରକ ସଦର ମହକୁମାରେ ପୃଥକ୍ ପୃଥକ୍ ଭାବେ ପାଳିତ ହୋଇଛି । ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଯୁବ ସଭାପତି ମୁକୁନ୍ଦଦେବ ସାମଲ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ପ୍ରବୀର ଜେନା, ପ୍ରଦୀପ ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ରାଉତରାୟଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଦିବଂଗତ ନେତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସମସ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଅନୁରୂପ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଭଦ୍ରକସ୍ଥିତ ବାସଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଦିବଂଗତ ମନ୍ତ୍ରୀ ତଥା ବାସୁଦେବପୁର ଜନପ୍ରିୟ ବିଧାୟକ ସ୍ୱର୍ଗତଃ ରାଉତରାୟ ଓଡ଼ିଶା ରାଜନୀତିରେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଥାଇ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଥିଲେ । ୧୯୯୦ ମସିହାରୁ ୨୦୧୯ ମସିହା ସାଧାରଣ ନିର୍ବାଚନରେ ସେ ବିଜୟୀ ହେବା ମଧ୍ୟରେ ଜଂଗଲ ପରିବେଶ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ନିଜ ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ବକ୍ତାମାନେ କହିଥିଲେ । ରାଜ୍ୟର ଓପିଡିସି ଚେୟାରମେନ୍ ଅସିତ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକର ପୂର୍ବତନ ବିଜେଡି ନଗର ସଭାପତି ଶରତ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ଉପସ୍ଥିତ ବିଜୟଶ୍ରୀ ପ୍ରେମୀମାନଙ୍କ ମଧ୍ୟରେ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସେକ୍ କାଲା, ନାସିରୁଦ୍ଦିନ୍ ଖାନ୍‌, ଅଧିବକ୍ତା ଶ୍ରୀମନ୍ତ ମଙ୍ଗରାଜ ମହାପାତ୍ର, ମହେଶ୍ୱର ମହାନ୍ତି, ମନୋରଂଜନ ଦାସ, ଫରିୟାଦ୍ ଖାନ୍‌, ମାନସ ମହାପାତ୍ର, ଅନୀଲ ତ୍ରିପାଠୀ, ଛାତ୍ରନେତା ଆଶୁତୋଷ ପଣ୍ଡା, ଦିଲ୍ଲୀପ ପଣ୍ଡା, ପୂର୍ବତନ କାଉନ୍‌ସିଲର ବାପୁ ଦାସ ଓ ସେକ୍ ଚୁଇଁ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଦିବଂଗତ ନେତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା ସହ ସ୍ମୃତିଚାରଣ କରିଥିଲେ । ଏହି ୨ଟି ଶ୍ରଦ୍ଧାଞ୍ଜଳି ସମାରୋହରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.