Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ, ଆଜିବି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର...

ଭଦ୍ରକରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ, ଆଜିବି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ଆସ୍ଥା ଓ ଭରସା ରହିଛି – ଶ୍ରୀ ସାମଲ

29

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡି ଲୋକଙ୍କ ସାଙ୍ଗରେ ଥିଲା, ଆଗକୁ ରହିବ। ବିଜୁବାବୁଙ୍କ ଆଧୁନିକ ଓଡ଼ିଶାର ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୨୪ ବର୍ଷର ଶାସନ କାଳରେ ସାକାର କରିଛନ୍ତି। ଓଡ଼ିଶାର ସାଢେ ଚାରିକୋଟି ଲୋକ ହିଁ ଆଜି ମଧ୍ୟ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ମନରୁ ଲିଭାଇନାହାଁନ୍ତି। ସରକାର ନଥିଲେ ବି ବିଜେଡି ଅବହେଳିତ ଓ ମେହନତି ମଣିଷଙ୍କ ପାଇଁ କାର୍ଯ୍ୟକରିବ ବୋଲି ଆଜି ଭଦ୍ରକ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ଭଦ୍ରକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପ୍ରତିଷ୍ଠା ଦିବସରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆହ୍ୱାନ ଦେଇଛନ୍ତି। ଏବଂ ବିଜେଡି ଦଳ ବହୁ ଘାତ ପ୍ରତିଘାତ ଦେଇ ଆଜି ୨୮ ବର୍ଷର ତାର ପ୍ରତିଷ୍ଠା ଦିବସ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାଳିତ ହେଉଛି। ବିରୋଧୀ ଦଳରେ ଥାଇ ଆଜି ଏହି ଦିବସଟି ଯେଭଳି ପାଳିତ ହୋଇଛି, ତାହା ଶାସକ ଦଳରେ ଥିବାବେଳେ ପାଳନ ହୋଇନଥିଲା। ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ଆସ୍ଥା ତଥା ଭରସା ଲୋକପ୍ରିୟତା କମିନାହିଁ। ଜିତିବା ହାରିବା ବଡକଥା ନୁହେଁ, ସରକାର ଥିବା ସମୟରେ ଯେଭଳି ଲୋକଙ୍କ ପାଖରେ ଥିଲ, ସେହିଭଳି ଭାବେ ସେମାନଙ୍କ ସୁଖଦୁଖରେ ରହି ସେମାନଙ୍କର ପ୍ରିୟ ଭାଜନ ହେବାକୁ କର୍ମୀଙ୍କୁ ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏବଂ ବିଜେଡି ଦଳ ଯେଭଳି ଭାବେ ସର୍ବୋତମ ବୃହତ୍ ଦଳ ଭାବେ ରହିଥିଲା, ସେହିଭଳି ଭାବେ ବିରୋଧୀ ଦଳ ଭାବେ ମଧ୍ୟ ଲୋକଙ୍କ ପାଖରେ ରହି ସଭ୍ୟ ଅଭିଯାନକୁ ବର୍ଦ୍ଧିତ କରିବାକୁ ଆହ୍ୱାନ ଦେଇଛନ୍ତି। ଶାସକ ବିଜେପି ଦଳ ନୂତନ ଯୋଜନା କରିବା ପରିବର୍ତେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇ ଯେଭଳି ଭାବେ ନବୀନ ପଟ୍ଟନାୟକ ଛାଡିଯାଇଥିବା ଯୋଜନାରେ କେବଳ ରଙ୍ଗ ବଦଳାଇ ଦର ବୃଦ୍ଧି କରିଚାଲିଛି। ଏଥିସହ ବାରିକପୁର ଠାରେ ଯେଉଁ ଟେକ୍ସଟାଇଲ୍ ପାର୍କ ନିର୍ମାଣ ହେବ, ସେ ଦିଗରେ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ସର୍ବାଗ୍ରେ ରହିଛି ବୋଲି ଶ୍ରୀ ସାମଲ ଉପସ୍ଥିତ କର୍ମୀଙ୍କୁ ସୂଚାଇଥିଲେ। ଏଥିପୂର୍ବରୁ ଜିଲା କାର୍ଯ୍ୟାଳୟର ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଅର୍ପଣ କରାଯାଇ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରା ନୂଆ ବସ୍‌ଷ୍ଟାଣ୍ଡ ବିଜେଡି ଜିଲା କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ସହୀଦ ସ୍ମୃତି ଭବନ ଠାରେ ଆୟୋଜିତ ସାଧାରଣ ସଭା ନିକଟରେ ପହଂଚିଥିଲା। ସେଠାରେ ପ୍ରତିଷ୍ଠା ଦିବସକୁ ନେଇ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା। ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷା ମୁକୁନ୍ଦଦେବ ସାମଲ, ଜିଲା ମହିଳା ବିଜେଡି ସଭାନେତ୍ରୀ ତଥା ଜିଲା ପରିଷଦ ସଦସ୍ୟ ବିଦ୍ୟୁତ୍‌ଲତା ନାୟକ, ଜିଲା ପରିଷଦ ସଦସ୍ୟ ତଥା ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ଜିଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ଜିଲା ସାଧାରଣ ସଂପାଦକ ପ୍ରଣୟ କୁମାର ଦାସ, ଟାଉନ୍ ବିଜେଡି ସଭାପତି ଆଇନ୍‌ଜୀବୀ ତାହେର ମହମ୍ମଦ, କାଉନ୍‌ସିଲର ଦିଲ୍ଲୀପ ନାୟକ, ଯୁବନେତା ରାକେଶ ପଣ୍ଡା, ବିକାଶ ଶ୍ରେଷ୍ଠା, ପଙ୍କଜ ବଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.