Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେଡିର ବିଶାଳ ମିଶ୍ରଣ ପର୍ବ , କଂଗ୍ରେସ ଓ ବିଜେପିର ବହୁ ଛାମୁଆ ନେତା...

ଭଦ୍ରକରେ ବିଜେଡିର ବିଶାଳ ମିଶ୍ରଣ ପର୍ବ , କଂଗ୍ରେସ ଓ ବିଜେପିର ବହୁ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ

52

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ ରାଜନୈତିକ ଦଳକୁ ଲାଗିଛି ଶକ୍ତ ଧକ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଭଦ୍ରକ ବିଧାୟକଙ୍କ ଲୋକପ୍ରିୟତା ଆଗରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ବିରୋଧୀ ରାଜନୈତିକ ଦଳର ଗଡ । ଭଦ୍ରକ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ବିରୋଧୀ ଦଳ ଭାବରେ ଉଭା ହୋଇଥିବା ବିଜେପିର ସଂଗଠନ କ୍ରମଶଃ ଭୁଶୁଡିବାରେ ଲାଗିଛି । କଂଗ୍ରେସ ଦଳର ମଧ୍ୟ ସମାନ ଅବସ୍ଥା । ଏହି ଦୁଇ ପ୍ରମୁଖ ରାଜନୈତିକ ଦଳରେ ରହି ଅଣନିଶ୍ୱାସୀ ହୋଇପଡିଥିବା କର୍ମୀମାନେ ଏବେ ବିଜେଡି ମୁହାଁ ହୋଇଛନ୍ତି । ଏଭଳି ଏକ ନଜିର ଦେଖିବାକୁ ମିଳିଛି କାଉପୁର ପଂଚାୟତରେ । ଆଜି ଏହି ପଂଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ ବିଶ୍ୱନାଥ ମଲ୍ଲିକ, କବିତା ମଲ୍ଲିକ, ବିଜେପିରୁ ଗତ ପଂଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ରାଜକିଶୋର ଦାସ ଏବଂ ସ୍ୱାଧୀନ ପ୍ରାର୍ଥୀ ରୁକ୍ମଣୀ ଦାସଙ୍କ ନେତୃତ୍ୱରେ ୨୫୦ ଟି ପରିବାରର ହଜାରରୁ ଉର୍ଦ୍ଧ୍ୱ କର୍ମୀ ଆଜି ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି । ଏଥି ଉପଲକ୍ଷେ ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଜିଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ପଂଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ସମିତି ସଭ୍ୟ ଯୋଗେନ୍ଦ୍ର ଘଡାଇ, ପୂର୍ବତନ କାଉନସିଲର ପ୍ରବୀର ଜେନା, ଆଇନ୍‌ଜୀବୀ ତାହେର ମହମ୍ମଦ, ପ୍ରିୟବ୍ରତ ନାୟକ, ରାକେଶ ପଣ୍ଡା, ତଥାଗତ ସାମଲ, ମହମ୍ମଦ ଫରେତ ଆଲାମଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଆଜି ଏହି ମିଶ୍ରଣ ପର୍ବ ଯୋଗୁଁ ବିଜେଡିର ହାତମୁଠା ଟାଣ ହେବା ସହ ସଂଗଠନ ଅଧିକ ମଜବୁତ ହେବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ଏକ ପ୍ରେସ୍ ବିବୃତ୍ତିରେ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.