Home ଜିଲ୍ଲା ପରିକ୍ରମା ଭଦ୍ରକରେ ବଡ଼ ସରକାର ବାବାଙ୍କ ଜନ୍ମଦିନ ସମାରୋହ

ଭଦ୍ରକରେ ବଡ଼ ସରକାର ବାବାଙ୍କ ଜନ୍ମଦିନ ସମାରୋହ

4

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସିଦ୍ଧ ପୁରୁଷ ସୁଫି ହଜ଼ରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ଜନ୍ମଦିନ ଉପଲକ୍ଷେ ଆଜି ଭଦ୍ରକ ସହରରେ ଜନ୍ମଦିନ ପାଳନ ହୋଇଛି । ଏହି ଜନ୍ମଦିନ ପାଳନ ରେ ଅନେକ କମିଟି ମାନେ ପ୍ରସାଦ କରି ସର୍ବସାଧାରଣ ଙ୍କୁ ବାଂଟିଛନ୍ତି , କେହି କେକ କାଟି ପ୍ରସାଦ କରିଛନ୍ତି , ପ୍ରତ୍ୟେକ ଛକରେ ପ୍ରସାଦ ବଂଟନ ହୋଇଛି , କେହି ମିଲାଦ ସରିଫ ଓ ଧର୍ମସଭା କରି କରି ଫଳ ବଂଟନ କରିଛନ୍ତି । ସେହିଭଳି ଆଜି “ଅଖିଳ ଭାରତୀୟ ଦୁଃଖୀ ସମାଜର” ସମସ୍ତ ସଭ୍ୟ ସକାଳ ୧୦ ଘଟିକା ସମୟରେ ଏକ ମିଲାଦ ସରିଫର ଆୟୋଜନ ପୁରୁଣା ବଜ଼ାର ସ୍ଥିତ ଅଖିଳ ଭାରତୀୟ ଦୁଃଖୀ ସମାଜ କାର୍ଯ୍ୟାଳୟ ପ୍ରାଣଙ୍ଗନ ରେ କରି ବାଇପାସ ରୋଡ ସ୍ଥିତ ସରକାର ନଗର ଠାରେ ସାନ ଓ ବଡ ସରକାର ବାବାଙ୍କ ସମାଧୀରେ ଚାଦର ଓ ଫୁଲ ଚଢ଼ାଇଥିଲେ। ପୁଣି ଦିନ ୨ ଘଟିକା ସମୟରେ ଦୁଃଖୀ ସମାଜ ଜର୍ଯ୍ୟାଳୟରେ ଖେଚୁଡ଼ି ଭୋଗ ହୋଇ ଲଙ୍ଗର ବଂଟନ କରାଯାଇଥିଲା । ଏହି ଆୟୋଜନରେ ଇଂ ହାଜି ମନାୱାର ହୋସେନ , ଇଂ ରେଜାଏ ରସୁଲ , ଇଂ ହବିବୁଲ୍ଲା ଖାନ, ହାଜି ଅବଦୁଲ ମୁକିତ ଖାନ, ହାଜି ସବବୀର ଅଲି, ହାଜି ତବରାକ ଅଲି , ହାଜି ମତଲୁବ ଅଲି, ଇଂ ମୁଖତାର ଅହେମଦ ରସିଦ , ଶେଖ ଆସିଫ ଅଲି, ଲିୱା ମାଷ୍ଟର , ଝମଝମ ଅଲି, ହାଜି ଅବୁ ହୋସେନ ଖାନ, ମୁସ୍ତାକ ଗୌହର , ମିର୍ଜା ଏକ୍ରାମ ବେଗ , ମିର୍ଜା ଫରିଦ ବେଗ , ଜାୱେଦ ଅଖତର, ଡାକ୍ତର କମାଲ ଖାନ, ମୋଯେ଼ା ଖାନ , ସମ୍ବାଦଦାତା ଶେଖ ଅନୱର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.