Home ଜିଲ୍ଲା ପରିକ୍ରମା ଭଦ୍ରକରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

ଭଦ୍ରକରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

32

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମ୍‌ଧାମରେ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଆଶ୍ୱିନୀ ମାସରେ ଏହି ପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ। ଏଣୁ ଆଜିର ଦିନରେ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ସହରର ବିଭିନ୍ନ ମଣ୍ଡପରେ ଏହି ପୂଜାର ମାହୌଲ ଜମିଆସୁଛି। ବିଶେଷକରି ଭଦ୍ରକ କଚେରୀ ବଜାରସ୍ଥିତ ଫଳ ମାର୍କେଟ୍ ପକ୍ଷରୁ ସାର୍ବଜନୀନ ମା’ ଲକ୍ଷ୍ମୀପୂଜା କମିଟି ଦ୍ୱାରା ଏହି ପୂଜା ପାଳିତ ହୋଇଆସୁଅଛି। ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ କଳସ ପୂଜା ଆରମ୍ଭ ହୋଇ ଘଟ ସ୍ଥାପନ ପୂର୍ବକ ମା’ ଙ୍କ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ସେହିଭଳି କୁଆଁସର ଗଜଲକ୍ଷ୍ମୀ, ବନ୍ତଛକ, ବଙ୍କସାହିସ୍ଥିତ ଗୋଲକ ରାଉତ ବାସଭବନ ପରିସର, ଅର୍ଣ୍ଣପାଳ ଆନନ୍ଦବଜାର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିରରେ ମା’ଙ୍କ ଆବାହନୀ ସହ ପୂଜାର୍ଚ୍ଚନା ସମାପନ ହୋଇଛି। ତେବେ ଅନେକ ମାନସିକଧାରୀ ମହିଳାମାନେ ମା’ଙ୍କ ନିକଟକୁ ଯାଇ ଭୋଗ ଲଗାଇ ପୂଜା କରୁଥିବାର ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.