ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ ଧର୍ମରେ ଚନ୍ଦ୍ର ଗଣନା ଅନୁଯାଇ ପ୍ରତ୍ୟେକ ପର୍ବ ପର୍ବାଣୀ ପାଳନ କରାଯାଇଥାଏ ଓ ବାର୍ଷିକ ପର୍ବ ଭିତରେ ରମଜାନ ମାସ ଏକ ମାସିକିଆ ପର୍ବ ପାଳନ ହୋଇଥାଏ । ଯାହା ଏକ ମାସ ଧରି ନିଷ୍ଠାର ସହିତ ରୋଜା (ଉପବାସ) ରଖନ୍ତି ଓ ଦିନରେ ୫ ଥର ନମାଜ ସହିତ ରାତ୍ରି ର ଇଂଶା ନମାଜ ପରେ ତରା୍ୱୀ ନମାଜ ପାଠ ପଢ଼ନ୍ତି ଓ ଏହି ପର୍ବ ପାଳନ ପାଇଂ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ରେ ଭଦ୍ରକ ମୁସଲିମ ଜମାତ ର ଉପ-ସଭାପତି ମହମ୍ମଦ ଜକାୱଲ୍ଲା ଙ୍କ ସଭାପତିତ୍ୱରେ ଓ ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ , ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ , ସମ୍ପାଦକ ଶେଖ ସିରାଜୁଦ୍ଦିନ ପ୍ରମୁଖ ଙ୍କ ସହିତ ବିଭିନ୍ୟ ମସଜିଦ ର ଇମାମ ସାହେବ ଙ୍କ ଉପସ୍ଥିତ ରେ ଗତ ୨୮ ଫେବୃଆରୀ ଚନ୍ଦ୍ର ର ୨୯ ସନ୍ଧ୍ୟା ୭ ଘଟିକା ସମୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଭଦ୍ରକରେ କୌଣସି ଜାଗାରେ ଚନ୍ଦ୍ର ର ଦୃଶ୍ୟ ଦେଖା ହେଲାନାହିଁ କିମ୍ବା ଭଦ୍ରକ ର ପାଖ ପାଖି ଅଞ୍ଚଳ ରେ ମଧ୍ୟ ଚନ୍ଦ୍ରର ଦର୍ଶନ ହୋଇ ନ ଥିଲା। ଯେହେତୁ ଚନ୍ଦ୍ର ଗଣନା ଅନୁଯାଇ ମାର୍ଚ୍ଚ ୧ ତାରିଖ ଶନିବାର ସନ୍ଧ୍ୟା ରେ ଚନ୍ଦ୍ର ଦର୍ଶନ ହୋଇଥିବାରୁ ଶନିବାର ରାତ୍ରିରେ ତରା୍ୱୀ ନମାଜ ପାଠ ପଢି ରବିବାର ରେ ପ୍ରଥମ ଉପବାସ (ରୋଜା) ଆରମ୍ଭ ହେଲା ଏବଂ ଆଜି ମଙ୍ଗଳବାର ରେ ତୃତୀୟ ରୋଜା ପାଳନ ହେବ ଓ ଏହି ଅବସରରେ ରୀତିନୀତି ଅନୁସାରେ ପାହାନ୍ତା ପୂର୍ବରୁ ଖାଦ୍ୟ ଖାଇ ଦିନ ତମାମ ଉପାସ ରହି ସୂର୍ଯ୍ୟଅସ୍ତ ତଥା ସନ୍ଧ୍ୟା ରେ ଆଜାନ ହେଲେ ଇଫତାର ତଥା ରୋଜା ଭଙ୍ଗ କରି ଖଜୁରୀ ଓ ଫଳ ସାମଗ୍ରିରେ ରୋଜା ଖୋଲା ହୋଇଥାଏ ଓ ଏହିଭଳି ଏକ ମାସ ଧରି ନିଷ୍ଟାର ସହିତ ରୋଜା ରଖା ହୁଏ । ତରା୍ୱୀ ନମାଜ ପାଠ ହାଫିଜ଼ ମାନେ ହିଁ ପଢ଼ାନ୍ତି, ଗୋଟିଏ କୋରାନ କୁ ସମ୍ପୂର୍ଣ ମୁହଁ ରେ ମୁଖସ୍ତ କରିଥିବା ବ୍ୟକ୍ତିକୁ ହାଫିଜ଼ କୁହନ୍ତି ଓ ୨୬ ରୋଜାରେ ଶବେକଦର ପର୍ବ ପାଳନ ହୁଏ ଓ ନମାଜ ପଢୁ ଥିବା ବ୍ୟକ୍ତିରୁ ଟଙ୍କା ଆଦାୟ ହୋଇ ଏକତ୍ରିତ ଜମା ରଖି ଶବେକଦର ରାତ୍ରି ରେ ହାଫିଜ଼ ମାନଙ୍କୁ ପ୍ରଦାନ କରାଯାଇଥାଏ ଏବଂ ଶେଷ ଦିନରେ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ହେଲେ ଇଦ ପର୍ବ ପାଳନ କରାଯାଇଥାଏ ଓ ଏହି ଏକ ମାସ ଭିତରେ ପ୍ରତ୍ୟେକ ଲୋକ ତାଙ୍କ ଆୟ ହିସାବରେ ଓ ନିଜର ଜମା ରଖିଥିବା ସମ୍ପତି, ସୁନା ରୁପା ର ବାର୍ଷିକ ଅଡେଇ ସତକଡା ହିସାବରେ ଟଙ୍କା ବାହାର କରନ୍ତି । ଯାହାକୁ “ଫିତରା ଓ ଜକାତ” ତଥା ଇସଲାମିକ ଟାକ୍ସ କହନ୍ତି ଓ ଏହି ଟାକ୍ସ କୁ ଗରିବ ଲୋକଙ୍କୁ ଦାନ ଦିଆଯାଇଥାଏ ଓ ଏହି ପୁଣ୍ୟ କାର୍ଯ୍ୟ “ପବିତ୍ର ଇଦ ନମାଜ” ପୂର୍ବରୁ ଦିଆ ଯିବାର ପ୍ରଥା ରହିଛି ଓ ଏହି ରମଜାନ ମାସ ପର୍ବ କେବଳ ଭଦ୍ରକ ନୁହେଁ କି ଆମ ଦେଶରେ ନୁହେଁ । ଯେହେତୁ ଏହି ପର୍ବ ସମଗ୍ର ବିଶ୍ୱ ରେ ଯାକ ଯମକରେ ପାଳନ ହୋଇଥାଏ ଓ ପ୍ରତ୍ୟେକ ମସଜିଦ ରେ ରଙ୍ଗ ବେରଙ୍ଗରେ ଆଲୋକିତ କରା ହୁଏ ଓ ଆମ ଭଦ୍ରକ ଏକ ଭାଇଚାରା ସହର। ଏଠି କୌଣସି ଭେଦଭାବ ରୁହେ ନାହିଁ ଓ ଆମ ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ର ପର୍ବରେ ହିନ୍ଦୁ ଭାଇଙ୍କ ଯୋଗଦାନ ଓ ହିନ୍ଦୁ ଭାଇଙ୍କ ପର୍ବରେ ମୁସଲମାନ ମାନଙ୍କ ଯୋଗଦାନ ଓ ଏଠି କାନ୍ଧକୁ କାନ୍ଧ ଓ ହାତକୁ ହାତ ଧରି ପ୍ରତ୍ୟେକ ପର୍ବ ପାଳନ ହୁଏ ବୋଲି ଭଦ୍ରକ ମୁସଲିମ ଜମାତ ର ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ) ପ୍ରେସ କୁ ଜଣାଇଛନ୍ତି ।