Home ଜିଲ୍ଲା ପରିକ୍ରମା ଭଦ୍ରକରେ ନିର୍ମିତ ହେବ ୯.୫୫ କୋଟି ଟଙ୍କାର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌, ଭଦ୍ରକ ବିଧାୟକ,...

ଭଦ୍ରକରେ ନିର୍ମିତ ହେବ ୯.୫୫ କୋଟି ଟଙ୍କାର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌, ଭଦ୍ରକ ବିଧାୟକ, କ୍ରୀଡାବିତ୍ ଓ ପୌରାଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

73

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକରେ ଏକ ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ୯ କୋଟି ୫୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଯାହା ଭଦ୍ରକବାସୀଙ୍କ ପାଇଁ ଖୁସିର ଖବର ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବାର୍ତ୍ତାରେ କହିଛନ୍ତି ଭଦ୍ରକ ପୌରାଞ୍ଚଳରେ ଏକ ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ କରିଥିବା ଅନୁରୋଧକୁ ରକ୍ଷା କରି କ୍ରୀଡାର ବିକାଶ ପାଇଁ ଏହି ଅନୁଦାନକୁ ସେ ଅନୁମୋଦନ କରିଛନ୍ତି । ମୋ ସରକାର କ୍ରୀଡାର ବିକାଶକୁ ସର୍ବଦା ଗୁରୁତ୍ୱ ଦେଇଆସିଛି । ଯୁବବର୍ଗଙ୍କ ବ୍ୟକ୍ତିତ୍ୱ ବିକାଶ, ଅନ୍ତର୍ନିହିତ ଶକ୍ତିର ଉପଯୋଗ ତଥା ଆତ୍ମବିଶ୍ୱାସ ବୃଦ୍ଧି କରିବାରେ କ୍ରୀଡା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେହିଭଳି ବିଜୁ ବାବୁଙ୍କ ଇଚ୍ଛା ଥିଲା ଯେ ପ୍ରତ୍ୟେକ ଓଡ଼ିଆ ନିଜ ପ୍ରତିଭା ବିକାଶ ନିମନ୍ତେ ଉପଯୁକ୍ତ ସୁଯୋଗ ପାଆନ୍ତୁ ଓ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ସଫଳତାର ଶିଖର ସ୍ପର୍ଶ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଭଦ୍ରକ ବାସୀଙ୍କ କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ପ୍ୟାକେଜ ଘୋଷଣା ଅବସରରେ ବି.ଏମ୍‌. ବାଗୁରାଇ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଛି ଏକ କୃତଞ୍ଜତା ଓ ଶୁଭେଚ୍ଛ ଉତ୍ସବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଭଦ୍ରକ ସହରବାସୀଙ୍କ ଲାଗି ଇନ୍‌ଡୋର ଷ୍ଟାଡିୟମ୍ ଘୋଷଣା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ସେହିଭଳି ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ ମହମ୍ମଦ ଜକାଉଲ୍ଲା, ପ୍ରବୀର ଜେନା, ପ୍ରଣୟ ଦାସ, ଟାଉନ୍ ବିଜେଡି ସଭାପତି ତାହେର ମହମ୍ମଦ, ଅତିଶ ବେହେରା, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଟାଉନ୍ ଯୁବ ବିଜେଡି ସଭାପତି ଆଶିଷ ଅମିତାଭ ମହାପାତ୍ର, ବିଜେଡି ନେତା ଦେବବ୍ରତ ମହାନ୍ତି, ଟିକି ବଳ, ତଥାଗତ ସାମଲ, ରାକେଶ ପଣ୍ଡା, ପ୍ରିୟବ୍ରତ ନାୟକ ପ୍ରମୁଖ ବହୁ ପୌରାଞ୍ଚଳ ଓ ୱାର୍ଡସ୍ତରୀୟ ନେତାମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ଭଦ୍ରକ ବିଧାୟକଙ୍କୁ ଏହି ବଡ ଘୋଷଣା ଲାଗି କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.