Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ସ୍ମୃତି ସମାରୋହ, ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବହୁ...

ଭଦ୍ରକରେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ସ୍ମୃତି ସମାରୋହ, ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ

6

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ମୋଟେଲଛକ ସ୍ଥିତ ପାନ୍ଥିକାରେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି , ଉପବାଚସ୍ପତି, ମନ୍ତ୍ରୀ, ବିଧାୟକଙ୍କ ସମେତ ସାଂସଦ ଓ ସଚିବ, ବହୁ ପ୍ରଶାସନିକ ଅଧିକାରୀ, ଲେଖକ, ସାହିତ୍ୟିକ ଯୋଗ ଦେଇଥିଲେ। ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଂଚାୟତ ରାଜ ମନ୍ତ୍ରୀ ରବି ନାୟକ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରମୁଖ ଏହି ସଭାରେ ଯୋଗଦେଇ ସ୍ୱର୍ଗତଃ ସେଠୀଙ୍କ ସ୍ମୃତିଚାରଣ କରିଥିଲେ। ବାଚସ୍ପତି ସୁରମା ପାଢୀ, ଉପବାଚସ୍ପତିଙ୍କ ସମେତ ବିଧାୟକ ପଦ୍ମଲୋଚନ ପଣ୍ଡା, ଗୋବିନ୍ଦ ଦାସ, ଟଙ୍କଧର ତ୍ରିପାଠୀ, ହିମାଂଶୁ ନାୟକ, ଆକାଶ ଦାସ ନାୟକ, ଇରାସିସ୍ ଆଚାର୍ଯ୍ୟଙ୍କ ସମେତ ୩୦ ରୁ ଉର୍ଦ୍ଧ୍ୱ ବିଧାୟକ ଏଥିରେ ସାମିଲ ହୋଇଥିଲେ। ଅନୁରୂପ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖଙ୍କ ତତ୍ୱାବଧାନରେ ଏହି ସ୍ମୃତି ସଭା ପରିଚାଳନା ହୋଇଥିଲା। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ପ୍ରମୁଖ ଏଥିରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବାହ୍ନରେ ଜିଲା ବିଜେପି ପାର୍ଟି କାର୍ଯ୍ୟାଳୟରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅନୁରୂପ ଭଦ୍ରକର କୁଆଁସସ୍ଥିତ ବାସଭବନରେ ସ୍ୱର୍ଗତଃ ନେତାଙ୍କ ତିଳ ତର୍ପଣ କାର୍ଯ୍ୟକ୍ରମ ତାଙ୍କ ପୁତ୍ର ତଥା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ତିହିଡି, ଧୁଷୁରୀ, ଧାମନଗରରେ ବି ଦିବଂଗତ ନେତାଙ୍କ ସ୍ମୃତିସଭା ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.