ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରେରଣାରେ ଦେଶବ୍ୟାପୀ ଚାଲିଥିବା \”ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅବସରରେ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀର ହନୁମାନ ମଣ୍ଡଳ,ଭାରତ ମାତା ମଣ୍ଡଳ ଓ ସାତଭଉଣୀ ମଣ୍ଡଳରେ ଆୟୋଜିତ ଭବ୍ୟ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାମିଲ ହେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରି ଆମ ଦେଶ ଆଜାଦୀର ୭୮ତମ ବର୍ଷର ସ୍ୱର୍ଣ୍ଣିମ ଅଧ୍ୟାୟ ର ଜୟଯାତ୍ରାକୁ ମନେପକାଇଥିଲା । ଆଜିର ଏହି ଶୋଭାଯାତ୍ରାରେ ଯୁବ ଓ ମହିଳା ବିଜେପିର ଶତାଧିକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ ।








