Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲ୍ଲା ବ୍ୟାପି ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭଦ୍ରକରେ ଜିଲ୍ଲା ବ୍ୟାପି ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

6

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସର୍ବ ଭାରତୀୟ ସ୍ତରରେ ଜବାହାର ନବୋଦୟ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ୬ଷ୍ଠ ଶ୍ରେଣୀରେ ନାମଲେଖାପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ଅବସରରେ ଭଦ୍ରକ ଜିଲ୍ଲାରେ ୩୧ ପରୀକ୍ଷା କେନ୍ଦ୍ରରେ ୬୭୫୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଉକ୍ତ ପରୀକ୍ଷା ନିମନ୍ତେ ୩୭୧୯ ଜଣ ବାଳକ ଓ ୩୯୮୨ ଜଣ ବାଳିକା ନାମ ପଞ୍ଜୀକୃତ କରିଥିବା ବେଳେ ୮୮ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ବୋଲି ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ୱନାଥ ଖିଲାର ପ୍ରକାଶ କରିଛନ୍ତି । ନାମ ପଞ୍ଜିକରଣରେ ଏହା ରାଜ୍ୟରେ ୨ୟ ସ୍ଥାନ ଲାଡ଼ କରିଥବା ଏକ ଆନନ୍ଦର ବିଷୟ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।ଏଥିପାଇଁ ଜିଲ୍ଲାର ବାସୁଦେବପୁର ବ୍ଲକରେ ୭ଟି କେନ୍ଦ୍ର , ଭଦ୍ରକରେ ୪ଟି, ଭଂଡାରିପୋଖରୀରେ ୪, ବନ୍ତରେ ୩, ଧାମନଗରରେ ୪, ଚାନ୍ଦବାଲିରେ ୭ ଓ ତିହିଡି ବ୍ଲକରେ ୨ଟି କେନ୍ଦ୍ରରେ ୬୭୫୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ପରୀକ୍ଷା ପରିଚାଳନା ଦାଇତ୍ୱରେ ଥିବା ନବୋଦୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିନୋଦ ଜେନା ପ୍ରକାଶ କରିଛନ୍ତି ।

୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ସୁନିୟନ୍ତ୍ରଣ ନିମନ୍ତେ ନବୋଦୟ ବିଦ୍ୟାଳୟର ୨୨ଜଣ ଓ ଶିକ୍ଷା ବିଭାଗରୁ ୯ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ସହ ୭ଜଣ ବି.ଇ.ଓ. ପରୀକ୍ଷା କେନ୍ଦ୍ର ଗୁଡିକର ତଦାରଖ କରିଥିଲେ ।ଏଥି ନିମନ୍ତେ ଏକ ତାଲିମ କର୍ମଶାଳା ୧୬ ଜାନୁଆରି ୨୦୨୪ରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ, ମାୟାଧର ସାହୁ, ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ କେନ୍ଦ୍ର ନିରିକ୍ଷକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ନବୋଦୟ ବିଦ୍ୟାଳୟ ସଂଗଠନର ଚେୟାରମ୍ୟାନ ତଥା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ପରୀକ୍ଷା ଶୃଙ୍ଖଳିତ ଭାବରେ ସମାପନ ହୋଇଥିବା ଅଧ୍ୟକ୍ଷ ଡଃ ଖିଲାର ପ୍ରକାଶ କରିଛନ୍ତି । ଉକ୍ତ ପ୍ରବେଶିକା ପରୀକ୍ଷାରେ ଆବେଦନକାରୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବା ଅଭିବାବକମାନଙ୍କର ନବୋଦୟ ବିଦ୍ୟାଳୟ ପ୍ରତି ଆକର୍ଷଣବୃଦ୍ଧି ପାଇବାର ସଂକେତ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ଆଜିର ପରୀକ୍ଷା ଠିକ ସମୟରେ ଆରମ୍ଭ ଓ ଶେଷ ହେବା ସହ ଶୃଂଖଳିତ ଓ ସୁନିୟନ୍ତ୍ରିତ ଭାବରେ ଶେଷ ହୋଇଛି ବୋଲି ସରକାରୀ ଉଚ୍ଚବିଦ୍ୟାଳୟ ଭଦ୍ରକର କେନ୍ଦ୍ର ନିରିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନି ନାୟକଙ୍କ ସମେତ ବହୁ କେନ୍ଦ୍ର ନିରିକ୍ଷକ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.