ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ଉନ୍ନୟନ ,ସମନ୍ୱୟ ଓ ମନିଟରିଙ୍ଗି (ଦିଶା) କମିଟି ବୈଠକ ଜିଲ୍ଲାପରିଷଦ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ ସାମଲ,ଭଦ୍ରକର ବିଧାୟକ ସଞ୍ଜୀବ ମଲ୍ଲିକ୍,ଜିଲ୍ଳା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଧାମନଗର ବିଧାୟକଙ୍କ ପ୍ରତିନିଧି ବୁଦ୍ଧଦେବ ଜେନା, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ଜିଲ୍ଲାପାଳ ଡ.ଜ୍ଞାନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଦିଶା କମିଟିର ସଦସ୍ୟ ଓ ସଦସ୍ୟା ଏବଂ ଜିଲ୍ଳା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ଆଜିର ଦିଶା ବୈଠକରେ ଭଦ୍ରକର ସାଂସଦ ଶ୍ରୀମତୀ ମଣ୍ଡଳ ବୈଠକରେ ଏଜେଣ୍ଡା ଅନୁଯାଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ଊକ୍ତ ବୈଠକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସ୍ୱଚ୍ଛଭାରତ ମିଶନ,(ପରିମଳ) ପାନୀୟ ଜଳ,ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ,ମଧ୍ୟାହ୍ନ ଭୋଜନ ଯୋଜନା, ଫସଲ ବିମାଯୋଜନା, ସର୍ବଶିକ୍ଷା ଅଭିଯାନ ,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା , ସମନ୍ୱିତ ଶିଶୁବିକାଶ ଯୋଜନା,ସାମାଜିକ ସୁରକ୍ଷା ଯୋଜନା ଉପରେ ଏଜେଣ୍ଡା ସମେତ ବିଭିନ୍ନ ବିଭାଗ ଉପରେ ଆଲୋଚନା କରାଯାଇଥିଲା ।
ମହାମାôଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ଜରିଆରେ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇ ଗରିବ ଶ୍ରେଣୀର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବ ସେ ଉପରେ ଆଲୋଚନା କରାଯାଇଥିଲା । ଚଳିତବର୍ଷ ୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାରେ ୨୬ଲକ୍ଷ ୯୬ହଜାର ୪୦୮ କର୍ମନିଯୁକ୍ତ ପାଇଁ ଳକ୍ଷ୍ୟ ରଖାଯାଇଥିବାବେଳେ ୨୬ଲକ୍ଷ ୫୦ହଜାର ୭୫୬ କର୍ମନିଯୁକ୍ତି ସୃଷ୍ଟି କରଯାଇଛି । ଏହି ବାବଦରେ ୯୪କୋଟି ୯୫ଲକ୍ଷ ୬ହଜାର ଅର୍ଥ ଅଟକଳ କରାଯାଇଥିବାବେଳେ ୭୩କୋଟି୨୯ଲକ୍ଷ ୬୨ହଜାରଟଙ୍କା ଅର୍ଥ ଖର୍ଛ କରାଯାଇଛି ।ଯାହାକି ଶତକଡା ୯୮.୩୧ ପ୍ରତିଶତ କାର୍ଯ୍ୟ ସଫଳ ହୋଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଜିଲ୍ଲାର ଚଳିତ ବର୍ଷ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଜରିଆରେ ୧୩୧୨୪ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବାକୁ ଳକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା ଏବଂ ସମସ୍ତ ହିତାଧିକାରୀଙ୍କୁ ବାସଗୃହ ମଞ୍ଜର କରଯାଇଥିବାବେଳେ ୩୭୪୮ ହିତାଧିକାରୀଙ୍କ କାର୍ଯ ଶେଷ ହୋଇଛି । ଅବଶିଷ୍ଟ ହିତାଧିକାରୀ ତୁରନ୍ତ କାର୍ଯ୍ୟଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳାରେ ଗ୍ରାମ୍ୟ ଜଳଯୋଗଣ ବିଭାଗ ପକ୍ଷରୁ ବସୁଧା ଯୋଜନା, ଜଳଜୀବନ ମିଶନ,ମେଗାପାନୀୟ ଜଳ ପ୍ରକଳ୍ପ ତୁରନ୍ତ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଜରିଆରେ କାର୍ଯ୍ୟକାରୀ ହେଉଥିବା ରାସ୍ତାକାର୍ଯ୍ୟର ମାନପ୍ରତି ଦୃଷ୍ଟଦେବା ସହ ତୁରନ୍ତ କାର୍ଯ୍ୟଶେଷ କରିବାକୁ ବିଭାଗୀୟ ନିବାର୍ହୀଯନ୍ତୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଭଦ୍ରକ ପୌରପାଳିକାରେ ଅମୃତ ଯୋଜନାରେ ପୌରବାସୀଙ୍କୁ ସ୍ୱଛପାନୀୟ ଜଳଯୋଗଣା କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତସ୍ୱଚ୍ଛଭାରତ ମିଶନ ମିଶନ ଜରିଆରେ ପାଇଖାନା ନିର୍ମାଣ ପାଇଁ ଟାର୍ଗେଟ ଥିବା ପାଇଖାନା ନିର୍ମାଣ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା ।ସେହିପରି ଜାତୀୟ ଖାଦ୍ୟ ନିରାପଦା ଯୋଜନା ,ଜାତୀୟ ସ୍ୱାସ୍ଥ୍ୟ ମିଶନ ସମେତି ଅନ୍ୟାନ୍ୟ ବିଷୟ ଉପରେ ଗୃହରେ ଆଲୋଚନା କରାଯାଇଥିଲା । ଶେଷରେ ଜିଲ୍ଳାପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ଦାସ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ।