Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲ୍ଲାସ୍ତରୀୟ ତାଏକ୍ୱୋଣ୍ଡୋ କଲର୍ ବେଲ୍ଟ ଟେଷ୍ଟ୍

ଭଦ୍ରକରେ ଜିଲ୍ଲାସ୍ତରୀୟ ତାଏକ୍ୱୋଣ୍ଡୋ କଲର୍ ବେଲ୍ଟ ଟେଷ୍ଟ୍

11

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକ’ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ କଲର୍ ବେଲ୍ଟ ପରୀକ୍ଷା ରବିବାର ଦିନ ହେପ୍ପି ହୋମ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ମୋଟ ୧୫୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲା ବେଳେ ୧୪୯ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିଲେ। ପରୀକ୍ଷକ ରୂପେ ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଖୋର୍ଦ୍ଧା ର ସମ୍ପାଦକ ଅଶୋକ ସାହୁ, ବରିଷ୍ଠ କ୍ରୀଡା ପ୍ରଶିକ୍ଷିକ ପ୍ରଭୁପାଦ ଖମାରୀ ଓ ପ୍ରଶିକ୍ଷିକା ତାରିଣୀ ସାହୁ ପରୀକ୍ଷା ପରିଚାଳନା କରିଥିଲେ। ସହଯୋଗ କରିଥିଲେ ଗୀତାଞ୍ଜଳି ପ୍ରଧାନ, ହରିହର ବାରିକ, ବାଣୀପ୍ରସନ୍ନ ପାଣିଗ୍ରାହୀ, ପ୍ରହ୍ଲାଦ ଦାସ, ଆଶୁତୋଷ ସାମଲ, ଦେବାଶିଷ ପୋହୀ, ଜ୍ଞାନ ରଞ୍ଜନ ବାରିକ, ଉମେଶ ଚନ୍ଦ୍ର ବାରିକ, ସୁରେଶ ଚନ୍ଦ୍ର ନାୟକ ଓ ସଂପାଦକ ଧନେଶ୍ୱର ଜେନା। ପରୀକ୍ଷା ପରେ ପ୍ରମାଣପତ୍ର ଓ କଲର୍ ବେଲ୍ଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଅତିଥି ରୂପେ ଜ୍ୟୋତି କନଭେଂଟ୍ ର ଅଧ୍ୟକ୍ଷ ଫାଦର୍ ଆଲେକ୍ସ୍‌, କାରମେଲ୍ ସ୍କୁଲ୍ ଅଧ୍ୟକ୍ଷ ସିଷ୍ଟର୍ ସେମା, ହେପ୍ପି ହୋମ୍ ସ୍କୁଲ୍ ର ନିର୍ଦ୍ଦେଶିକା ପ୍ରଜ୍ଞା ପରିମିତା ପଲାଇ, ତାଓ କୋଷାଧ୍ୟକ୍ଷା ସଂଘମିତ୍ରା ଦାଶ ଓ ବରିଷ୍ଠ ସଦସ୍ୟ ଆଇନଜୀବୀ ପବନ କୁମାର ଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ଭଦ୍ରକ ବାର୍ ଆସୋସିଏସନ୍ ର ନବନିର୍ବାଚିତ ସଭାପତି ସନ୍ତୋଷ ଆଚାର୍ଯ୍ୟ ଓ ସମ୍ପାଦକ ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ବାର୍ଷିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାମାଜିକ କର୍ମୀ ବିଦ୍ୟାଧର ବାରିକ, ଭୂପେନ୍ଦ୍ର ବେହେରା, ୟୁନାଇଟେଡ୍ କ୍ଲବ୍ ର ସଂପାଦକ ବିଶାଲ୍ ଗୋପାଲ୍ ଲଖାନୀ, ସବୁଜ କ୍ଲବ୍ ର ସଂପାଦକ ଅଜୟ କୁମାର ଧଳ। ଶେଷରେ ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକ ର କ୍ରୀଡାବିତ୍ ମାନେ ଆକର୍ଷଣୀୟ ଢ଼ଙ୍ଗରେ ତାଏକ୍ୱୋଣ୍ଡୋ କଳା ପ୍ରଦର୍ଶିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.