Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

ଭଦ୍ରକରେ ଜିଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

54

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରେ ଜିଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଛି । ଏଥିରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ବିଜୁ ଛାତ୍ର ସଂଗଠନର କର୍ମୀ ଓ ନେତାମାନେ ଯୋଗଦେଇଥିଲେ । ରାଜ୍ୟର ବହୁ ଯୁବନେତା ଏଥିରେ ସାମିଲ ହୋଇ ତୃଣମୂଳ ସ୍ତରର ଯୁବ-ଛାତ୍ର କର୍ମୀମାନଙ୍କୁ ଜିଲାର ନେତୃତ୍ୱଙ୍କ ନିର୍ଦ୍ଦେଶରେ କିଭଳି ଆଗାମୀ ନିର୍ବାଚନର ମନ୍ତ୍ର ଫୁକିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ସମାବେଶରେ ଉପସ୍ଥିତ ସମସ୍ତ ଯୁବ-ଛାତ୍ର ନେତା ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଓ ଚାନ୍ଦବାଲିର ବିଧାୟକ ତଥା ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ସଭାପତି ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ବିଜେଡି ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ମନ୍ତ୍ରୀ ତଥା ଭଦ୍ରକ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କି ବିଧାୟକ ଦେବୀରଂଜନ ତ୍ରିପାଠୀ, ରାଜ୍ୟ ଯୁବଛାତ୍ର ବ୍ୟାପାର ସଂପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ବିଜେଡିର ସାଧାରଣ ସଂପାଦିକା ଏଲିନା ଦାସ, ଭଦ୍ରକ ସାସଂଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳର ସଭାପତି ମୁକୁନ୍ଦଦେବ ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ମହିଳା ସଭାନେତ୍ରୀ ବିଦ୍ୟୁତ୍ ଲତା ନାୟକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ବିବିସିସି ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା, ବିଜେଡି ନେତା ତଥା ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ପ୍ରିନ୍ସ ରାକେଶ ନାୟକ, ତଥାଗତ ଶତପଥୀ, ଆଇନ୍‌ଜୀବୀ ତାହେର ମହମ୍ମଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜୁ ଯୁବ ଛାତ୍ରଙ୍କର ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସମ୍ମିଳନୀ ସ୍ଥଳରେ ପହଞ୍ôଚଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.