Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ତୃତୀୟ ସନ୍ଧ୍ୟା, ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ...

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ତୃତୀୟ ସନ୍ଧ୍ୟା, ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହୁଛି

3

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସମରାଇପୁର ନାୟାର ପେଟ୍ରୋଲ ପମ୍ପ ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାର ତୃତୀୟ ସନ୍ଧ୍ୟାରେ ଯୋଗଦେଇ ଚାକିରୀ ପଛରେ ନଧାଇଁ ଆତ୍ମନିର୍ଭରଶୀଳ ହେବାକୁ ନିମନ୍ତ୍ରିତ ଅତିଥିମାନେ ଯୁବ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି।ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ ସଂସ୍ଥା ଓସ୍‌ମେ ଏବଂ ବିବିଏମ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶୀତୁଆ ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ଓସ୍‌ମେର ସଭାପତି ସୁରଜ କୁମାର ସାହୁ ସ୍ୱାଗତ ଅଭିଭାଷଣ ରଖି ବିବିଏମର ପୃଷ୍ଠପୋଷକ ଶଶୀଶେଖର ବେହେରାଙ୍କୁ ଅଧ୍ୟକ୍ଷତା କରିବାକୁ ମଂଚ ଆମନ୍ତ୍ରଣ କରିଥିଲେ। ଏହାପରେ ଓସ୍‌ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯିବାପରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ସଭାପତି ଶ୍ରୀ ବେହେରା଼ ବାଣିଜ୍ୟ ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାପରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଡିଆଇବି )ଅଂଶୁମାନ ଦ୍ୱିବେଦୀ , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀରଞ୍ଜନ ନାୟକ,ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଜେପିର ସାଧାରଣ ସମ୍ପାଦକ ଅଶୋକ କୁମାର ପରିଛା, ସ୍ୱରାଜ ବାର୍ତାର ସମ୍ପାଦକ ରବିନାରାୟଣ ଖିଲାର ପ୍ରମୁଖ ଯୋଗଦେଇ ଏହି ବାଣିଜ୍ୟ ମେଳାର ଆୟୋଜକଙ୍କୁ ସ୍ୱାଗତ କରି ପ୍ରତିବର୍ଷ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଏଭଳି ମେଳାର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବିବିଏମର ପୃଷ୍ଟପୋଷକ ଶଶି ଶେଖର ବେହେରାଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ଓସମେ ମହିଳା ଉଇଙ୍ଗର ସଭାପତି ଅର୍ପିତା ମହାନ୍ତି ଧନ୍ୟବାଦ ଦେବାପରେ ଜିଲାର ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇଥିଲା ।ତେବେ ଏହି ଜାତୀୟ ସ୍ତରୀୟ ବାଣିଜ୍ୟ ମେଳାରେ ଜନସମାଗମ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହି ମେଳାର ଆୟୋଜକ ଓସ୍‌ମେ ର ସମସ୍ତ କର୍ମକର୍ତାଙ୍କ ପ୍ରଚେଷ୍ଟାରେ ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ । ତେବେ ପ୍ରତ୍ୟେକ ଦିନ ଏହି ମେଳାକୁ ଆସିଥିବା ବିଭିନ୍ନ ରାଜ୍ୟ ଓ ଆମ ଓଡ଼ିଶା ରାଜ୍ୟ ବିଭିନ୍ନ ଜିଲାର ସ୍ୱୟଂ ସହାୟିକା ଗୋଷ୍ଠୀ, ଘରୋଇ କଂପାନୀ ସମେତ ବିଭିନ୍ନ ବିପ୍ପଣୀ ମହିଳାମାନଙ୍କୁ ବେଶ୍ ଆକୃଷ୍ଟ କରିଥିବାବେଳେ ଏଥିରେ ପଡିଥିବା ମୀନା ବଜାର ଛୋଟ ଛୋଟ ପିଲାଙ୍କ ମନ ମୋହୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାଜ୍ୟ ଓ ସ୍ଥାନୀୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ଓ କଳାକାରମାନଙ୍କୁ ନେଇ ଆୟୋଜିତ ଓଡ଼ିଶାୀ, ଛଉ, ଆଦିବାସୀ, ଗୋଟିପୁଅ ଭଳି ନୃତ୍ୟ ଓ ମେଲୋଡି ସହ ନୃତ୍ୟ ନାଟିକା ଆବାଳ ବୃଦ୍ଧ ବନିତାଙ୍କ ପାଇଁ ବେଶ୍ ମନୋରଂଜନର ଖୋରାକ ଯୋଗାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.