ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ଯୁବପିଢି ଚାକିରୀ ପଛରେ ନଧାଇଁ କି ସୁଦୂର ପାଶ୍ଚାତ୍ୟ ଦେଶ ମାନଙ୍କରେ ମୁଣ୍ଡ ନବିକି ନିଜ ଅଂଚଳରେ ଥିବା କୃଷି ଓ ଶିଳ୍ପାୟନରେ ମନୋନିବେଶ କଲେ ଭଦ୍ରକ ଭଳି ଏକ ଜିଲାରେ ଆୟୋଜିତ ଜାତୀୟ ସ୍ତରର ଏ ବାଣିଜ୍ୟ ମେଳା ସାର୍ଥକ ହେବ ବୋଲି ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଓସ୍ମେ ର ସଭାପତି ସୁରଜ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସାନ୍ଧ୍ୟର ଅନୁଷ୍ଠିତ ସଭାକୁ ବାଣିଜ୍ୟ ମେଳାର ଆବାହକ ମନୋଜ କୁମାର ରାୟ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଗୁରୁ ଡ. ଧୀରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅସୁରାଳିସ୍ଥିତ ବେଷ୍ଟ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ସ୍ପେଶାଲ ବିଇଡି କଲେଜର ଅଧ୍ୟକ୍ଷ ଡ. ଅରୁଣ କୁମାର ଲେଙ୍କା, ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଉଦ୍ୟୋଗପତି ଜ୍ୟୋତିପ୍ରକାଶ ମହାନ୍ତି, ସମାଜସେବିକା ଦମୟନ୍ତୀ ରାଉତ, ଯାଜପୁର ଡିଆଇସିର ଆସିଷ୍ଟାଂଟ ମ୍ୟାନେଜର ନିରଂଜନ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏବଂ ଗତ ୬ ତାରିଖରୁ ଆରମ୍ଭ ହୋଇଥିବ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାର ମାହୌଲ ଜମୁଥିବାର ଦେଖିବାକୁ ମିଳିଛି। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବ୍ୟବସାୟୀଙ୍କ ସାମଗ୍ରୀ ସମସ୍ତ ଦର୍ଶକଙ୍କୁ ଆକୃଷ୍ଟ କରିଥିବାବେଳେ ଛୋଟ ପିଲାମାନଙ୍କର ମୀନା ବଜାର ମଧ୍ୟ ସେମାନଙ୍କ ମନକୁ ଛୁଇଁଛି। ଏହି ମେଳାରେ ଜିଲାର ବିଭିନ୍ନ ନୃତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ମାହୌଲ ଜମୁଛି, ଯୁବପିଢିଙ୍କୁ ଚାକିରୀ ପଛରେ ନଧାଇଁ କୃଷି ଓ...