Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ୨ୟ ସନ୍ଧ୍ୟା, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ସଂକେତ ପ୍ରାୟୋଜିତ...

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ୨ୟ ସନ୍ଧ୍ୟା, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ସଂକେତ ପ୍ରାୟୋଜିତ ମୋଗଲ ତାମସା ସମସ୍ତଙ୍କ ମନ ମୋହିଲା

12

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକଦା ଆମ ଓଡ଼ିଶା ରାଜ୍ୟ ଉତ୍କଳ ନାମରେ ପରିଚିତ ଥାଇ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା। ଏହି ରାଜ୍ୟର ସାଧବ ପୁଅମାନେ ଜାଭା ସୁମାତ୍ରା, ବୋର୍ଣ୍ଣିଓ ଭଳି ଦ୍ୱୀପ ସହ ବିଭିନ୍ନ ଦେଶକୁ ଯାଇ ବାଣିଜ୍ୟ କ୍ଷେତ୍ରରେ ସମଗ୍ର ଅଂଚଳକୁ ବିକଶିତ ସହ ଆର୍ଥିକ ଦୃଷ୍ଟିକୋଣରୁ ସମୃଦ୍ଧ କରିପାରିଥିଲେ। ତେବେ ବର୍ତମାନର ପରିସ୍ଥିତିରେ ଆମ ଦେଶ ଭାରତବର୍ଷରେ ଥିବା ବିଭିନ୍ନ ରାଜ୍ୟ କୃଷି, ଶିଳ୍ପ କ୍ଷେତ୍ରରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଅନ୍ୟ ରାଜ୍ୟରେ ବିକ୍ରୟ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ବାଣିଜ୍ୟମେଳା ହିଁ ଏକ ସମନ୍ୱୟର ସେତୁ ବୋଲି ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ମେଳାର ଆୟୋଜକ ଓ ଓସ୍‌ମେ ର ସମସ୍ତ କର୍ମକର୍ତାଙ୍କ ପ୍ରଚେଷ୍ଟାରେ ଗତ ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାର ଦ୍ୱିତୀୟ ଦିନର ସନ୍ଧ୍ୟାରେ ଓସ୍‌ମେର ସଭାପତି ସୁରଜ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କଟକ ବୈଶାଖୀ ମେଳାର ସଭାପତି ତଥା ଭଦ୍ରକ ବାଣିଜ୍ୟମେଳାର ସଂଯୋଜକ ଦେବୀପ୍ରସାଦ ଦାସ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ କୁମାର ସିକ୍‌ଦାର, ଓସ୍‌ମେ ର ସଦସ୍ୟ ତଥା ମେଳର ସଂଯୋଜକ ରାଜେଶ କୁମାର ଦାସ, ସମାଜସେବୀ ରାଧାକାନ୍ତ ସାମଲ ପ୍ରମୁଖ ଯୋଗଦେଇ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ତ୍ୟାଗଭୂମି ଭଦ୍ରକବାସୀଙ୍କ ସ୍ନେହ, ସୌହାର୍ଦ୍ଧ୍ୟ ଓ ଆତିଥି ପାଇବାରେ ଜିଲାବାସୀଙ୍କ ସହଯୋଗ କାମନା କରିଥିଲେ। ଏବଂ ମେଳାର ଆୟୋଜକମାନଙ୍କ ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ମେଳାର ଆବାହକ ମନୋଜ ରାୟ ଏହି ଉତ୍ସବର ସଂଯୋଜନା କରିଥିବାବେଳେ ଜିଲାର ବିଭିନ୍ନ ନୃତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇଥିଲା। ବିଶେଷଭାବେ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାରଙ୍କ ନିର୍ଦ୍ଦେଶନାରେ ‘ସଂକେତ ଅନୁଷ୍ଠାନ’ ଦ୍ୱାରା ଆୟୋଜିତ ମୋଗଲ ତାମସା ସମସ୍ତଙ୍କ ହୃଦୟ ଜୟ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.