Home ଜିଲ୍ଲା ପରିକ୍ରମା ଭଦ୍ରକରେ ଚିହ୍ନଟ ହେଲେ ୨୧୭ କରୋନା ଆକ୍ରାନ୍ତ

ଭଦ୍ରକରେ ଚିହ୍ନଟ ହେଲେ ୨୧୭ କରୋନା ଆକ୍ରାନ୍ତ

29

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୨୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୯ ହଜାର ୩୧୮ । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୬ ହଜାର ୫୬୬ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୭୧୮ଜଣ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୧୮, ୬, ୫ରୁ ମୋଟ ୬ଜଣ, ଭଦ୍ରକ ପୌରପାଳିକାର ବରାଳପୋଖରୀ, ଜଗନ୍ନାଥପୁର, ଅପର୍ତ୍ତିବିନ୍ଧା, କୁଆଁସ, ମଠସାହି, ଚରମ୍ପା, ଗବସାହି, ବାଗୁରାଇ ଗ୍ରାମରୁ ମୋଟ ୧୪ଜଣ, ବନ୍ତ ବ୍ଳକର ଆଡିଆ, ବସନ୍ତିଆ, ଛୟାଳସିଂହ, ପାନପଦି, ରାମଚନ୍ଦ୍ରପୁର, ରାମକୃଷ୍ଣପୁର, ଷେଣ୍ଢତୀରା, ଟିଲୋ, ତୋଡଙ୍ଗା ଗ୍ରାମରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକର ବାଂଶଡା, ଚରଦିଆ, ଧାମରା, ବାଲିପଦା, କରଞ୍ଜମାଳ, ମଉସୁଧା, ନଳଗୋହିରା, ଓରାସାହି, ପଞ୍ଚୁଟିକ୍ରି, ହଳଦିଆ, ବୁରଜାଲ, ଓସ୍ତିଆ, ବାଲିଆପାଳ, ଭାଟପଡା, ମତୋ, ନୂଆଗାଁ, ତେନ୍ତୁଲିଡିହି ଗ୍ରାମରୁ ୪୨ଜଣ, ଭଣ୍ଡାରିପୋଖରୀ ବ୍ଳକର ମଢିଆଳି, ମଣତାପୁର, ମଞ୍ଜୁରୀରୋଡ, ଡଗରପଡା, ନେରଡା, ରହଣିଆ, ରଞ୍ଜିତ, ତେସିଙ୍ଗା ଗ୍ରାମରୁ ୨୧ଜଣ, ଧାମନଗର ବ୍ଳକର ଅର୍ଜୁନପୁର, ନାରାୟଣପୁର, ଫତେପୁର, ଗଢିଆଳି, କୋରୁଆ, ଲେଙ୍କାସାହି, ରଘୁନାଥପୁର, ଚୁଡାକୁଟି, କୋଠାର, ପାଳସାହି ଗ୍ରାମରୁ ୪୭ଜଣ, ତିହିଡ଼ି ବ୍ଲକର ବିଲଣା, ଫତେପୁର, କୁବେରା, ହାଟୁରୀ, ତାଳପଦା, ଦୋଳସାହି, ଗୋବିନ୍ଦପୁର, ହରସିଂହପୁର, ଭାଟପଡା, ପାଳିଆବିନ୍ଧା, ସୟା, ଶ୍ୟାମସୁନ୍ଦରପୁର ଆଦି ଗ୍ରାମରୁ ୧୮ ଜଣ, ବାସୁଦେବପୁର ବ୍ଳକର ସୁଦର୍ଶନପୁର, କମାରଗାଁ, ବାଲିମେଦ, ବିଦେଇପୁର, ନୂଆଗାଁ, ଆରୁହା, ବିରସ ଗ୍ରାମରୁ ୧୪ଜଣ, ଭଦ୍ରକ ବ୍ଳକର ନଛିପୁର, ବେନ୍ତାଳ, ଚଣ୍ଡିଗାଁ, ରାଇପୁର, ଜିତାନଗା, ବାଉଦପୁର, ଖଣ୍ଡତଡା, ରାହାଞ୍ଜ, ରମ୍ଭିଳା, ଭୀମପୁର, ଏରେଇଁ, ଆଟୋ ଗ୍ରାମରୁ ୨୦ଜଣ, ଚାନ୍ଦବାଲି ଏନ୍‌ଏସିର ୧୫ ନଂ ୱାର୍ଡ ଓ ୫ନଂ ୱାର୍ଡରୁ ୫ଜଣ, ଧାମନଗର ଏନ୍‌ଏସିରୁ ୨ଜଣ, ଅନ୍ୟ ଜିଲ୍ଲାର ବାଲେଶ୍ୱର ଜିଲ୍ଲାର ସିମୁଳିଆ, ଖଇରା ବ୍ଳକ, ଯାଜପୁର ଜିଳ୍ଲାର କୋରେଇ, କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଳକରୁ ୧୨ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.