ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚତୁର୍ଥ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ନିଲୋଫର ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୬,୯୪,୭୯, ୬୨୦ ଟଙ୍କାରେ ୧୯୯୭ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବୁନାଲର ବିଚାରାଧୀନ ଥିବା ୬୧ ଟି ମାମଲାର ୩୫୨୮୩୫୦୦ ଟଙ୍କାରେ ୩୧୯ଟି ମିଳାମିଶା ଯୋଗ୍ୟ ଫୌଜଦାରୀ, ୬୩ଟି ଚେକ ବୌନ୍ସ, ପୁନଃରୁଦ୍ଧାର ମାମଲା ୧୪୭୮୪୮୪୬ ଟଙ୍କା, ୫୧ଟି ବୈବାହିକ ବିବାଦ, ୧୦୫୪ଟି ରାଜସ୍ୱ ମୋକଦ୍ଦମା, ୩୦୯୯୮୧ ଟଙ୍କାରେ ୨ଟି ଉପଭୋକ୍ତା ବିବାଦ ମାମଲା, ୭୭ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୧୯ଟି ବ୍ୟାଙ୍କ ଋଣ ମାମଲା ୬୪୫୮୭୪୧ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନେ ବିଲ ସମ୍ବନ୍ଧୀୟ ୭ଟି ମାମଲା ୧୨୩୧୦ ଟଙ୍କାରେ, ଟିପି ଏନ୍ ଓ ଡି ଏଲ୍ର ୮୦ଟି ମାମଲା ୧୨୦୦୦୦୦ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି ।








