Home ଜିଲ୍ଲା ପରିକ୍ରମା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ, କାନ୍ତକବି ଓଡିଶାର ଗର୍ବ, ଭଦ୍ରକ ଜିଲ୍ଲାର...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ, କାନ୍ତକବି ଓଡିଶାର ଗର୍ବ, ଭଦ୍ରକ ଜିଲ୍ଲାର ଗୌରବ, ବାଇପାସ୍ ଛକକୁ କାନ୍ତକବି ମାର୍ଗ ନାମକରଣ ଲାଗି ଦାବି ଉଠିଲା

19

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭଦ୍ରକ ସହର ର ସାଳନ୍ଦୀ ବାଇପାସ୍ ଛକରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଅବସରରେ ପୂର୍ଣ୍ଣାବୟବ ପ୍ରତିମୂର୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପ୍ରାକ୍ତନ ଭଦ୍ରକ ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଜସୀନ ଥିଲେ । ଭଦ୍ରକ ଶାଖା ଉତ୍କଳ ସମ୍ମିଳନୀ ସଭାପତି ଅଜୟ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସଦ ଶ୍ରୀମତୀ ମଣ୍ଡଳ ରାଜ୍ୟ ସଙ୍ଗୀତ ସ୍ରଷ୍ଠା କାନ୍ତକବିଙ୍କ ଲାଗି ଭଦ୍ରକ ମାଟି ଆଜି ଗର୍ବିତ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଯୋଗଦେଇ ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକ ଦୀର୍ଘଦିନରୁ ରାଜ୍ୟର ଗୌରବ ତଥା ଭଦ୍ରକ ମାଟିର ଗର୍ବ କାନ୍ତକବିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ଲାଗି ଭଦ୍ରକ ବାସୀଙ୍କ ଯେଉଁ ଦାବି ଥିଲା ତାହା ଆଜି ରାଜ୍ୟ ସରକାର ପୂରଣ କରିଛନ୍ତି ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ୧୭ଏକର ଜମିରେ ଏକ ସୁନ୍ଦର ପରିବେଶରେ ପ୍ରଥମ ପର୍ଯ୍ୟାୟରେ କାନ୍ତକବିଙ୍କ ସ୍ମୃତିରକ୍ଷା ଲାଗି ଆସିଥିବା ୧.୫୦କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ କାନ୍ତକବିଙ୍କ ନାମରେ ଏକ ପାର୍କ, ଅଡିଟେରିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟରେ ସରକାର ଦେଇଥିବା ୩କୋଟି ୭୫ଲକ୍ଷ ଟଙ୍କାରେ ଏହି ସ୍ମୃତିମଣ୍ଡପ କାର୍ଯ୍ୟକୁ ନିଆରା ଭାବେ କରାଯିବ ବୋଲି କହିଥିଲେ । ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ କାନ୍ତକବିଙ୍କ ଓଡିଆ ସାହିତ୍ୟ ଜଗତରେ ଏକ ସମ୍ଭ୍ରାନ୍ତ ଉଚ୍ଚାରଣ ବୋଲି କହିବା ସହ ତାଙ୍କ ସ୍ମୃତିରକ୍ଷା ଲାଗି ତାଙ୍କ ମନ୍ତ୍ରିତ୍ୱ ବେଳେ ରାଜଧାନୀରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିବା କହିଥିଲେ । ପ୍ରାକ୍ତନ ବିଧାୟକ ଶ୍ରୀ ମଣ୍ଡଳ ତାଙ୍କ ବକ୍ତବ୍ୟରେ କାନ୍ତକବିଙ୍କ ଜାତୀୟବୋଧ ଓ ଅମର କୃତି ଓ କୀର୍ତି ଉପରେ ଆଲୋକପାତ କରଥିଲେ । ପ୍ରତିମୂର୍ତି ଆସ୍ଥାନ ସମ୍ମୁଖରେ ପୌରପାଳିକା ପକ୍ଷରୁ ନିର୍ମିତ ଏକ ଏଲ.ଇ.ଡି ଫଳକକୁ ଅପସାରଣ ଲାଗି ଏହି କାର୍ଯ୍ୟକ୍ରମରେ ଅନେକ ବକ୍ତା ଦାବି ଉପସ୍ଥାପନ କରିଥିଲେ । ସେହିପରି ସାଳନ୍ଦୀ ବାଇପାସ୍ ଛକକୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାମରେ କାନ୍ତକବି ମାର୍ଗ ନାମରେ ନାମିତ କରିବାକୁ ବରିଷ୍ଠ ନାଗରିକ ସଂଘ ଲଲାଟେନ୍ଦୁ ମହାନ୍ତି, ଇଂଅଭୟ ସୂତାର ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କାଉନସିଲର ପ୍ରବୀର ଜେନା, କାଉନସିଲର ଆଶୀଷ ଅମିତାଭ ମହାପାତ୍ର,କାଉନସିଲର ସଇଦ ଖାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା କ୍ରୀଡାଧିକାରୀ ପଦ୍ମନ ରାୟ, କନିଷ୍ଠଯନ୍ତ୍ରୀ ଜ୍ଞାନ୍ଦ୍ରେ ବାରିକ, ଅଶୋକ ନାୟକ, ଝରଣା ପଟ୍ଟନାୟକ, ଦଳିତ ନେତା ରାଜେନ୍ଦ୍ର ଜେନା, ଆଶୀଷ ଅମିତାଭ ମହାପାତ୍ର, ସୂର୍ଯ୍ୟକୁମାର ଦାସ, ସୌମଭ ଦେ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ଆଇନଜୀବୀ ସେସମାଜସେବୀ ସୁଧାକର ରାଉତ, ଜିଲ୍ଲା କଳା ସଂସ୍କୃତି ସଂଘର ତ୍ରିଲୋଚନ ପଣ୍ଡା, କାନ୍ତକବିଙ୍କ ପରିବାର ପକ୍ଷରୁ ସାମ୍ବାଦିକ ଉମାକଲ୍ୟାଣ ମହାପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାହିତ୍ୟିକ ଯୋଗଦେଇଥିଲେ । ପ୍ରାରମ୍ଭରେ ପ୍ରାକ୍ତନ ପାରିଷଦ ପ୍ରବୀର ଜେନା ମଂଚ ଆହ୍ୱାନ କରିଥିବା ବେଳେ ସ୍ୱାଗତ ଭାଷଣ ଅଧ୍ୟାପକ ନିହାର କର ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ ଗୋବର୍ଦ୍ଧନ ସାମଲ କରିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କାନ୍ତକବିଙ୍କ ୧୦ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତି ବ୍ରୋଚଂରେ ନିର୍ମିତ ହୋଇଛି । ୧୮୮୮ମସିହା ଡିସେମ୍ବର ୯ତାରିଖରେ ଜନ୍ମଗ୍ରହଣ କରିଥିବା ରାଜ୍ୟ ଓ ଜାତୀୟସ୍ତରରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଉତ୍ସବରେ ଏହି ପୂର୍ଣ୍ଣାବୟବ ପ୍ରତିମୂର୍ତି ଉନ୍ମୋଚନ ଭଦ୍ରକ ପାଇଁ ଗୌରବର ବିଷୟ । ପ୍ରକାଶଥାଉକି କାନ୍ତକବିଙ୍କ ଜନ୍ମସ୍ଥଳୀ ତାଳପଦା ଠାରେ ଥିବା ସ୍ମୃତିପୀଠର ଉନ୍ନତିକରଣ ସହିତ କୋରକୋରା ଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପାର୍କ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଅନୁଦାନ ପ୍ରଦାନ କରାଯାଇଛି । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କ ଠାରୁ ପ୍ରାପ୍ତ ସୂଚନା ମତେ ୪ ଏକର ଜାଗାରେ ପାର୍କ ନିର୍ମାଣ, ସରକାରୀ ଜାଗାରେ ଥିବା ୧୨ ଏକର ବିଶିଷ୍ଟ ପୋଖରୀର ସୌନ୍ଦର୍ଯ୍ୟକରଣ, ଲେଜର ଲାଇଟ୍‌, ପ୍ରବେଶ ପଥରେ ପ୍ରତିମୂର୍ତ୍ତି ଆଦି ପାଇଁ ୪ କୋଟି ୭୨ ଲକ୍ଷ ଟଙ୍କା ଆସି ସାରିଛି । ତାଳପଦା ଠାରେ ଥିବା ଜନ୍ମପୀଠର ଉନ୍ନତିକରଣ ପାଇଁ ମଧ୍ୟ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିସାରିଛି । ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ନିର୍ମାଣ ପାଇଁ ଆର.ଡ଼ି.-୧ ଓ ତାଳପଦା ଠାରେ ନିର୍ମାଣ ପାଇଁ ତିହିଡ଼ି ବ୍ଲକ୍ ପ୍ରଶାସନକୁ ଦାୟିତ୍ୱ ଅର୍ପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.