Home ଜିଲ୍ଲା ପରିକ୍ରମା ଭଦ୍ରକରେ ଗାଁ ସାଥୀ ସଂଘର ୩ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ପରିବେଶ ସୁରକ୍ଷା ପାଇଁ...

ଭଦ୍ରକରେ ଗାଁ ସାଥୀ ସଂଘର ୩ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ପରିବେଶ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମର ଯୋଜନା

10

ଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜାନୁଗଞ୍ଜ ଦୁର୍ଗାମଣ୍ଡପ ପୋଷ୍ଟ ଅଫିସ୍ ଉପର ହଲ୍ ଓ ପରେ ପରେ କର୍ମଚାରୀ ଭବନ ଭଦ୍ରକ ଠାରେ ଉକ୍ତ ସଂଘର ୩ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ଜୁଲାଇ ମାସ ୨୫ ସଂଧ୍ୟାରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମର ରାଜ୍ୟର ନୂତନ ବିଜେପି ସରକାରଙ୍କୁ ସ୍ୱାଗତ କରାଯାଇଥିଲା । ଚଳିତ ବିଧାନସଭା ଅଧିବେଶନରେ ଭୂବନେଶ୍ୱରରେ ଆନ୍ଦୋଳନ ପରିବର୍ତେ ସରକାରଙ୍କ ସହିତ ସାରା ଓଡ଼ିଶାର ଗାଁ ସାଥୀ (ମେଟ୍‌)ସଂଘଙ୍କ ଏକ ସଭା ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ମାସିକ ଦଶ ହଜାରରୁ ଅଧିକ ପ୍ରତ୍ସାହନରାଶୀ ସମସ୍ତ ନ୍ୟାୟ ଆଶାୟୀ ଗାଁ ସାଥୀ(ମେଟ୍‌) ମାନେ କିପରି ପାଇ ପାରିବେ ତାହାର ଦାବି ଉପସ୍ଥାପନ ଓ ପରେ ପରେ ସରକାରୀ ମିଳିତ ଆଲୋଚନା ପାଇଁ ଉକ୍ତ ବୈଠକରେ ପ୍ରସ୍ଥାବ ପାରିତ ହେଲା ବୋଲି ଶ୍ରୀ ବିଶ୍ୱାଳ ଗଣ ମାଧ୍ୟମରେ ଜଣାଇଛନ୍ତି । ତୁରନ୍ତ ରାଜ୍ୟ ଟିମ୍ ଭୁବନେଶ୍ୱର ପହଂଚି ଏହି ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ସଂଘ ତରଫରୁ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି । ଏଥି ସହିତ ଉକ୍ତ ବୈଠକରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଇଁ ସ୍ୱତନ୍ତ୍ର ବ୍ଲକ କମିଟି ଘୋଷଣା କରାଯାଇଛି । ନିଷ୍ପତି ଅନୁଯାଇ ସେଠରେ ସଭାପତିଭାବେ ହରେଶ ଚନ୍ଦ୍ର ଖୁଂଟିଆ, ସଂପାଦକ ଅନାମ ଚରଣ ରାଉତ ଓ କୋଷାଧ୍ୟକ୍ଷ ଭାବେ ବୈଲୋଚନ ପାତ୍ର ମନୋନିତ ହୋଇଛନ୍ତି । ଏହା ବ୍ୟତିତ ଏଯାବତ୍ ଗାଁ ସାଥୀ(ମେଟ୍‌) ମାନଙ୍କ ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ଯାହା ଯାହା ଗାଇଡ଼୍ ଲାଇନ୍ ଓ ସରକାରୀ ଚିଠି ଅଛି ତାହାକୁ ସଠିକ୍ ଭାବରେ ସମସ୍ତ ଜିଲ୍ଲାଓ ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟକାରୀ କରି ଗାଁ ସାଥୀ(ମେଟ୍‌) ମାନଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ଠିକ୍ ସମୟରେ ପ୍ରଦାନ କରିବା ପାଇଁ ସଂଘ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରସାଶନକୁ ଗଣମାଧ୍ୟମ ଜରିଆରେ ନିବେଦନ ଜଣାଇଛନ୍ତି । ଯେଉଁ ଜିଲ୍ଲା, ବ୍ଲକ କିମ୍ବା ଲାଇନ୍ ଡିପାର୍ଟମେଣ୍ଟ ଏଥିରେ ବ୍ୟତିକ୍ରମ କରିବେ, ବାଧ୍ୟ ହୋଇ ସଂଘ ସଂପୃକ୍ତ ପ୍ରଶାସନ ବିରୋଧରେ ସ୍ଥାନୀୟ ସ୍ତରରେ ଗଣତାନ୍ତ୍ରିକ ଧାରାରେ ତାହାର ଆନ୍ଦୋଳନକୁ ଜୋରଦାର କରିବ । ଶେଷରେ ଏ ବର୍ଷ ସଂଘ ତରଫରୁ ବୃକ୍ଷରୋପଣ ପରି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ସ୍ଥାନରେ ଅଧିକରୁ ଅଧିକ ଭାବରେ ବୃକ୍ଷରୋପଣ କରିବା ପାଇଁ ସଂଘ ନିଷ୍ପତି ନେଲା । ସେହିଠାରେ ମଧ୍ୟ କିଛି ଚାରା ବଂଟନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଂପାଦକ ଶ୍ରୀ ବିବେକାନନ୍ଦଠାକୁର, ଅନିଲ୍ ଜେନା, ନିରୁପମା ମିଶ୍ର, ମିନାରାଣୀ ଦାସ, ଗିତାଞ୍ଜଳି ମିଶ୍ର, ଅବନୀ କିଷାନ୍‌, ପ୍ରମୋଦ ସାମଲ୍‌, ପ୍ରତାପ ଦଳାଇ, ଚିତରଂଜନ ଶଙ୍ଖୁଆ, ହରିଶ ଖୁଂଟିଆ, ମନୋରଂଜନ ବଳ, ବୈଲୋଚନ ପାତ୍ର, ଅନାମ ଚରଣ ରାଉତ ତଥା ଅନ୍ୟ ଶତାଧିକ ସଂଗଠକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.