Home ଜିଲ୍ଲା ପରିକ୍ରମା ଭଦ୍ରକରେ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ପାଳିତ

ଭଦ୍ରକରେ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ପାଳିତ

17

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ ଠାରେ ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ କୋଣରୁ ଶତାଧିକ ସାହିତ୍ୟାନୁରାଗୀ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠାନର ସଭାପତି କୃଷିକବି ଅରୁଣ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ପୂର୍ବକ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଥିବା ପ୍ରକୃତି ପ୍ରେମ, ବିଶ୍ୱପ୍ରିତୀ ଓ ସାବଲିଳତା ସମ୍ବନ୍ଧରେ ଆଲୋଚନା କରି ନାଟ୍ୟାଚାର୍ଯ୍ୟଙ୍କ ନାମରେ ନୂତନ ଭାବେ ପ୍ରତିଷ୍ଠିତ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର ହୃଦାନନ୍ଦ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବରେ ଡ. ରାମଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଓ ଶ୍ରୀ ରମେଶ ଚନ୍ଦ୍ର ଦାସ, ପ୍ରାକ୍ତନ ପ୍ରାଧ୍ୟାପକ ଏହି ଉତ୍ସବରେ ଯୋଗଦେଇ ମେହେରଙ୍କ ସାହିତ୍ୟର ବୈଶିଷ୍ଟ୍ୟ, ସାମାଜିକ ପୃଷ୍ଠଭୂମି ଓ ନାରୀ ଚରିତ୍ର ସମ୍ବନ୍ଧରେ ବିସ୍ତୃତ ଆଲେଶଚନା କରିଥିଲେ । ସମାଜସେବୀ ଶ୍ରୀହର୍ଷ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ବେଳେ ଅନୁଷ୍ଠାନର ସମ୍ପାଦକ ସମାଜସେବୀ ଜଗନ୍ନାଥ କର ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । କଳାକାର କାଳିନ୍ଦୀ ମଲ୍ଲିକ ମଂଚ ଆହ୍ୱାନ ଓ କବି ମନୋଜ ପଣ୍ଡା ମଂଚ ସଂଚାଳନ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ କନକଲତା ରାଉତଙ୍କ ରଚିତ ପୁସ୍ତକ ଭକ୍ତି ଗୀତିମାଳାକୁ ଲୋକାର୍ପଣ କରାଯାଇଥିଲା । ନାଟ୍ୟାଚାର୍ଯ୍ୟଙ୍କ କନ୍ୟା ଶଶୀପ୍ରଭା ପଣ୍ଡା ଓ ମଇତାପୁର ଆଦର୍ଶ କୃଷକ ଗଜେନ୍ଦ୍ର ପ୍ରସାଦ ବେହେରାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଏବଂ ଗଙ୍ଗାଧରଙ୍କ ରଚିତ ବିଶ୍ୱଦେଖ ମଧୁମୟରେ ଜୀବନ ଗୀତଟିକୁ ପରିବେଷଣ କରିଥିଲେ । ଭଦ୍ରକର ପ୍ରମୁଖ୍ୟ ନୃତ୍ୟ ଅନୁଷ୍ଠାନ ମନ୍ଦିରାର ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ୱେତପଦ୍ମାଙ୍କ ନିର୍ଦ୍ଦେଶନାରେ କଳାକାର ବିଦ୍ୟାର୍ଥୀମାନେ ମେହେରଙ୍କ ରଚିତ ମୁଁ ଯେ ଅମୃତ ସାଗର ବିନ୍ଦୁ, ମଙ୍ଗଳେ ଅଇଲା ଉଷା ଓ ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଯନ୍ତ୍ରାଂଶରେ ସହଯୋଗ କରିଥିଲେ ବିଭୁତି ଭୂଷଣ ପଣ୍ଡା ଓ ସୁକୁମାର ପାଣିଗ୍ରାହୀ। ଆଧ୍ୟାପିକା ଆରତୀ ଜେନା, ମାଷ୍ଟର ଚିଂଟୁ, ରମେଶ କୁମାର ବିଶ୍ୱାଳ, ପ୍ରିୟାଂଶି ରାଉତ, ଜୟଶ୍ରୀ ବିଶ୍ୱାଳ, ବିନୀତା ନାୟକ, ସଂଗ୍ରାମ କେଶରୀ ଦାସ, ସମୀକ୍ଷା ମହାନ୍ତି, ଶୁଭଲକ୍ଷ୍ମୀ ପଣ୍ଡା, ସନ୍ତୋଷି ମିଶ୍ର, ସନାତନ ଦାସ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି ଅରୁପାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.