Home ଜିଲ୍ଲା ପରିକ୍ରମା ଭଦ୍ରକରେ ଖୋଲିଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ଭଦ୍ରକରେ ଖୋଲିଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା

11

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଇବର କ୍ରାଇମକୁ ରୋକିବା ନେଇ ଆଜି ସମଗ୍ର ରାଜ୍ୟରେ ୨୦ ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭିସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଏହି ଥାନା ଲୋକାର୍ପିତ ହୋଇଛି। ଭଦ୍ରକ ପୁରୁଣା ଗ୍ରାମାଂଚଳ ଥାନା ବିଲ୍‌ଡିଂ ଏହି ସାଇବର ଥାନାର ମାନ୍ୟତା ପାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଶ୍ରୀ ସେଠୀ ଏଭଳି ଏକ ଜନହିତକାରୀ କାର୍ଯ୍ୟକୁ ଭଦ୍ରକରେ ଲୋକାର୍ପିତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ଏଥ୍‌ôସହ ଭଦ୍ରକର ଜନସାଧାରଣ ଆଉ ବିଭିନ୍ନ ଠକେଇର ଶୀକାର ହେବା ପରେ ଥାନାକୁ ନଯାଇ ଏହି ସାଇବର ଥାନାରେ ସ୍ୱତନ୍ତ୍ର ଭାବେ ନ୍ୟାୟ ପାଇବେ ବୋଲି କହିଥିଲେ। ସେହିଭଳି ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ଏହି ଥାନା ପାଇଁ ଜଣେ ଡିଏସ୍‌ପି, ୭ ଜଣ ଇନ୍ସିପେକ୍ଟର ରହିବେ ବୋଲି କହିବା ସହ ଲୋକମାନେ ଏଣିକି ଆଉ ଚିଟଫଣ୍ଡ, ସାଇବର ଓ ଅର୍ଥନୈତିକ ଅପରାଧ ପାଇଁ ଏହି ଥାନାରେ ମାମଲା ରୁଜୁ କରି ନ୍ୟାୟ ପାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଅରୂପ ଅଭିଷେକ ବେହେରା, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ବିଡିଓ ରଶ୍ମିରଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.