Home ଜିଲ୍ଲା ପରିକ୍ରମା ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କୁ ଜିଲା ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କୁ ଜିଲା ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

36

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କୁ ଜିଲା ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ୧୬ନଂ ଜାତୀୟ ରାଜପଥ ‘ହେଲୋ’ ହୋଟେଲ ପରିସରରେ ବିଜେପି ନେତା ପ୍ରଦୀପ ନାୟକ, ଅଭିମନ୍ୟୁ ସେଠୀ, ଜଗନ୍ନାଥ ଦାସ, ହରପ୍ରିୟା ସାହୁଙ୍କ ସମେତ ବହୁ ଦଳୀୟ ସମର୍ଥକ ମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଆଦିବାସୀ ଏବଂ ହରିଜନମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ନିଜ ଇଚ୍ଛାରେ ଖର୍ଚ୍ଚ କରୁଥିବା ଯୋଗୁଁ ଏଠାରେ ଆଦିବାସୀ ଓ ହରିଜନଙ୍କ ବିକାଶ ହୋଇପାରୁନାହିଁ । ଏବଂ ଦେଶରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାରେ ଓଡ଼ିଶାକୁ ୩ ହଜାର ୨୩ କୋଟି ଟଙ୍କା ଦିଆଯାଇଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ତାହା କିଭଳି କାର୍ଯ୍ୟକାରୀ ହୋଇ ଲୋକଙ୍କ ନିକଟରେ ପହଞ୍ôଚବ । ଶେଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଦ୍ଧିତ ଲୋକପ୍ରିୟତା ଆଗାମୀ ଦିନରେ ବିଜେପିକୁ ପୌର ଏବଂ ପଂଚାୟତ ନିର୍ବାଚନରେ ସଫଳତା ଆଣିଦେବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.