Home ଜିଲ୍ଲା ପରିକ୍ରମା ଭଦ୍ରକରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପାଳିତ

ଭଦ୍ରକରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପାଳିତ

26
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମ୍‌ଧାମରେ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଆଶ୍ୱିନୀ ମାସରେ ଏହି ପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ। ଏଣୁ ଆଜିର ଦିନରେ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ସହରର ବିଭିନ୍ନ ମଣ୍ଡପରେ ଏହି ପୂଜାର ମାହୌଲ ଜମିଆସୁଛି। ବିଶେଷକରି କୁଆଁସ ଗ୍ରାମବାସୀଙ୍କ ପକ୍ଷରୁ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ଲକ୍ଷ୍ମୀପୂଜା କମିଟି ଦ୍ୱାରା ଏହି ପୂଜା ପାଳିତ ହୋଇଆସୁଛି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ କଳସ ପୂଜା ଆରମ୍ଭ ହୋଇ ଘଟ ସ୍ଥାପନ ପୂର୍ବକ ମା’ ଙ୍କ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ସେହିଭଳି ବନ୍ତଛକ, ବଙ୍କସାହି, ଚୈତନ୍ୟ ସ୍ୱାଇଁ ଓ ଗୋଲକ ରାଉତଙ୍କ ବାସଭବନ ପରିସର, ଅର୍ଣ୍ଣପାଳ ଆନନ୍ଦବଜାର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିରରେ ମା’ଙ୍କ ଆବାହନୀ ସହ ପୂଜାର୍ଚ୍ଚନା ସମାପନ ହୋଇଛି। ତେବେ ଅନେକ ମାନସିକଧାରୀ ମହିଳାମାନେ ମା’ଙ୍କ ନିକଟକୁ ଯାଇ ଭୋଗ ଲଗାଇ ପୂଜା କରୁଥିବାର ଦେଖାଯାଇଥିଲା। ଅନୁରୂପ ଆଜି ଭଦ୍ରକ ସହର ତଥା ତାର ଆଖପାଖ ଅଂଚଳରେ କୁମାର ପୂର୍ଣ୍ଣିମା ମଧ୍ୟ ପାଳିତ ହୋଇଯାଇଛି । ଆଶ୍ୱିନ ମାସର ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାରୀ ଝିଅମାନେ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ସମୟରେ ଚଉଁରା ମୂଳରେ ଜହ୍ନି ଫୁଲରେ ଗୋଟିଏ ଗୋଟିଏ କୋଠି ତିଆରି କରି ତା ମଝିରେ ଜହ୍ନି ଫୁଲରେ ଗୋଟିଏ ଚାନ୍ଦ ତିଆରି କରିଥାନ୍ତି । କୋଠିରେ ଅରୁଆ ଚାଉଳ, ସାତ ଖଣ୍ଡ ହଳଦୀ, ଫୁଟଣ, କପା, ଲୁଣପ୍ରଭୃତି ଦେବା ପରେ କୁମାରୀମାନେ ତିନି ଆଞ୍ଜୁଳି ଜହ୍ନି ଫୁଲ ଚାଳ ଉପରକୁ ପକାଇବା ସହ ଆଉ ତିନି ଆଞ୍ଜୁଳି ଜହ୍ନି ଫୁଲ ତୁଳସୀ ଗଛ ଉପରକୁ ପକାଇଥାନ୍ତି । ପ୍ରତ୍ୟେକ ଦିନ କଇଁ ଫୁଲ ପକାଇ ଚଉଁରା ନିକଟରେ ମିଳିତ ଭାବେ କୁମାର ପୂନେଇଁ ଗୀତ ଗାନ କରିଥାନ୍ତି । ବଡ଼ଘର ପୂଜା ଓ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ପରେ ସଂଧ୍ୟା ସମୟରେ ନୂତନ ବସ୍ତ୍ର ପରିଧାନ କରି ଚଉଁରା ମୂଳେ ପୂଜାର୍ଚ୍ଚନା କରିବା ପରେ ଆକାଶରେ ଚାନ୍ଦ ଦେଖି ତାଙ୍କୁ ବନ୍ଦାପନା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.