ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଟ ଓ କିସ ପକ୍ଷରୁ ଚଳିତ ବର୍ଷ ଶିକ୍ଷା ସମସ୍ତଙ୍କ ପାଇଁ ସମ୍ପର୍କ ରେ ସଚେତନତା ସୃଷ୍ଟି ଉଦ୍ୟସ୍ୟ ରେ ଏକ ମିନି ମାରାଥନ ଭଦ୍ରକ ରେ ଅନୁଷ୍ଠିତ ହୋଇଛି। ଏହି ମିନି ମାରାଥନ ଭଦ୍ରକ ସହରସ୍ଥିତ ମହତାବ ଛକ ଠାରୁ ଆରମ୍ଭ ହୋଇ ଐତିହାସିକ ଗାନ୍ଧୀ ପଡିଆ ଠାରେ ଶେଷ ହୋଇଥିଲା। ଏହି ମାରାଥନ କାର୍ଯ୍ୟକ୍ରମ କୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଈ ଉଦଘାଟନ କରିବା ସହିତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୨ ଶହ ରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ପରେ ଐତିହାସିକ ଗାନ୍ଧୀ ପଡିଆ ଠାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଶୁଭେନ୍ଦୁ ବରାଳ, ଶିକ୍ଷାବିତ ପ୍ରଦୀପ ପଣ୍ଡା, ଶିକ୍ଷାବିତ ନାରାୟଣ ଚନ୍ଦ୍ର ପଣ୍ଡ. ଯୁବ ସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ, ବିଶିଷ୍ଟ ଉର୍ଧୁ କବି ମୁସ୍ତାକ ଗହ୍ୱ. କିଟ ଅଧ୍ୟାପକ ମିର୍ଜା ଅଇନୁଲ ହକଶିକ୍ଷା ବିତ ମଦନ ମୋହନ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ ପାଇଁ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଥିବା କିଟ କିସ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ବାସ୍ତବରେ ଜଣେ ଆଦର୍ଶ ବେକ୍ତିତ୍ୱ ବୋଲି କହିବା ସହିତ ଅର୍ଥ ଅଭାବରୁ ଯେପରି କୌଣସି ପିଲା ଶିକ୍ଷରୁ ବଂଚିତ ନ ହୁଅନ୍ତି ସେଥିପାଇଁ ସେ ଯେଉଁ ଭଳି ଉତ୍ସର୍ଗୀକୃତ ମନୋଭାବ ନେଇ ସାରା ଓଡିଶା ରେ କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ ବିଶ୍ୱ ରେ ବିରଳ ବୋଲି କହି ଡ଼ ସାମନ୍ତ ଙ୍କ ବହୁ ମୁଖୀ ସେବା ମୂଳକ କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଶେଷରେ ସବୁ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା.ପ୍ରାରମ୍ଭ ରେ ଅତିଥି ମାନେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିଥିଲେ.ଏହି ଉଦଯାପନୀ କାର୍ଯ୍ୟକ୍ରମ କୁ ସାମ୍ବାଦିକ ନରେନ୍ଦ୍ର ସାମଲ ସଂଯୋଜନା କରିଥିଲା ବେଳେ ମିନି ମାରାଥନ ର ଆଭିମୁଖ୍ୟ ବିଷୟ କିସ ଜିଲ୍ଲା ସଂଯୋଜକ ବିରେନ ମହାଲିକ କହିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ କୁ ଜୟନ୍ତ ବାରିକ, ରାଜା ପାଣିଗ୍ରାହୀ, ଗଙ୍ଗାଧର ଦାସ ପ୍ରମୁଖ ପରିଚାଳନା କରିଥିଲେ ।