Home ଜିଲ୍ଲା ପରିକ୍ରମା ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୦ : ୧୦୬ ସୁସ୍ଥ, ୩୪ ଚିକିତ୍ସାଧିନ

ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୦ : ୧୦୬ ସୁସ୍ଥ, ୩୪ ଚିକିତ୍ସାଧିନ

98

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରେ ଦୁଇଦିନରେ ମୋଟ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୪ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ଜଣ ସୁସ୍ଥ ହୋଇସାରିଥିବା ବେଳେ ମାତ୍ର ୩୪ଜଣ ଏବେ ଚିକିତ୍ସାଧିନ ରହିଛନ୍ତି । ନୂତନ ଚିହ୍ନଟ ୮ଜଣ ଆକ୍ରାନ୍ତ ସମସ୍ତେ ପ୍ରବାସୀ ଭାବେ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଗତକାଲି ଯେଉଁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଧାମନଗର ବ୍ଲକର ଝାରଡେଶ୍ୱର ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ବେଳେ ସେ ଗୁଜୁରାଟରୁ ଆସିଥିଲେ । ସେହିପରି ଦୁଇଜଣ ଆକ୍ରାନ୍ତ ଭଦ୍ରକ ବ୍ଲକର ବାଣିତିଆ ସ୍ଥିତ ବି.ଜେ. ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଗୁଜୁରାଟରୁ ଆସିଥିବା ବେଳେ ଜଣେ ତାମିଲନାଡୁରୁ ଫେରିଥିଲେ । ସେମିତି ଅନ୍ୟ ଜଣେ ଆକ୍ରାନ୍ତ ବନ୍ତ କଲେଜର କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ସେ ମହାରାଷ୍ଟ୍ରରୁ ଫେରିଛନ୍ତି ବୋଲି କଣ୍ଟାକ୍ଟ ଟ୍ରେସିଂରୁ ଜଣା ପଡିଛି । ସେହିପରି ଆଜି ଯେଉଁ ୪ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ମଧ୍ୟ ପ୍ରବାସୀ ଏବଂ ସମସ୍ତେ ଗୁଜୁରାଟରେ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଭଣ୍ଡାରିପୋଖରୀ ବ୍ଳକର ମହୁରା ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ, ଜଣେ ସମ୍ପୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ, ଜଣେ ବାସୁଦେବପୁର ଏ.ବି. ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ ଏବଂ ଅନ୍ୟ ଜଣେ ଧାମନଗରର ଖିଲେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ କ୍ୱରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ । ଜିଲ୍ଲାପାଳ ଡ. ଜ୍ଞାନ ଦାସ ସମସ୍ତ ଚିହ୍ନଟ କ୍ୱାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଏବଂ ସଂପୃକ୍ତ ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରିଛନ୍ତି । ଘୋଷିତ କ୍ୱାରେଣ୍ଟାଇନ ସେଣ୍ଟର ଏବଂ ବଫରଜୋନ ଗୁଡିକ ହେଲା ବନ୍ତ କଲେଜ କଣ୍ଟେନମେଣ୍ଟ ଓ ଛୟାଳସିଂ ପଞ୍ଚାୟତ ବଫରଜୋନ, ଧାମନଗର ବ୍ଳକର ଝାରଡେଶ୍ୱର ହାଇସ୍କୁଲ ଓ ଝାରଡିଆ ଗ୍ରାମ କଣ୍ଟେନମେଣ୍ଟ ଜୋନ ଏବଂ ଗଢିଆଳି ପଞ୍ଚାୟତ ବଫରଜୋନ । ଖିଲେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟେନମେଣ୍ଟ ଏବଂ କରଦା ପଞ୍ଚାୟତ ବଫରଜୋନ । ସେହିପରି ଭଣ୍ଡାରିପୋଖରୀ ବ୍ଲକର ମହୁରା ହାଇସ୍କୁଲ ଓ ସମ୍ପୋଇ ୟୁ.ପି. ସ୍କୁଲ କଣ୍ଟେନମେଣ୍ଟ ଏବଂ ନିର୍ଗୁଣ୍ଡି ପଞ୍ଚାୟତ ଓ ରାମଚନ୍ଦ୍ରପୁର ପଞ୍ଚାୟତ ବଫରଜୋନ ଭାବେ ଘୋଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.