Home ଜିଲ୍ଲା ପରିକ୍ରମା ଭଦ୍ରକରେ ଓକିନାୱାର ନୂତନ ଶୋ-ରୁମ୍ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭଦ୍ରକରେ ଓକିନାୱାର ନୂତନ ଶୋ-ରୁମ୍ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

49

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଦୂଷଣ ମୁକ୍ତ ପରିବେଶ ଓ ପେଟ୍ରୋଲର ଚାହିଦାକୁ ହ୍ରାସ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଭାରତ ଉତ୍ପାଦିତ ଓକିନାୱା ସ୍କୁଟରର ବଜାରରେ ପ୍ରବେଶ କରି ସାରିଥିବା ବେଳେ ଆଜି ‘ନାୟକ ମୋଟର୍‌ସ୍‌’ ପକ୍ଷରୁ ଭଦ୍ରକ ବଜାରରେ ପ୍ରବେଶ କରିସାରିଛି। ନାୟକ ମୋଟର୍‌ସର ସତ୍ତ୍ୱାଧିକାରୀ ଗୋପୀକୃଷ୍ଣ ନାୟକଙ୍କ ଉଦ୍ୟମରେ ଭଦ୍ରକ ମହତାବ ରୋଡ଼ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଏହି ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ସ୍କୁଟର ଶୋ-ରୁମ୍‌କୁ ଆଜି କେନ୍ଦ୍ର ସରକାରଙ୍କର ଏମ୍ ଏସ୍ ଏମ୍ ଇ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାକୁ ଉଦ୍‌ଘାଟନ କରି ଏହି ସ୍କୁଟର ପରିବେଶ ପ୍ରଦୂଷଣ ରୋକିବାରେ ସହାୟକ ହେବା ସହ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆତ୍ମନିର୍ଭର ଭାରତସ୍ୱପ୍ନକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କହିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀ ପକ୍ଷରୁ ଆଞ୍ଚଳିକ ପ୍ରବନ୍ଧକ ଦେବପ୍ରିୟା ଧରଙ୍କ ସମେତ ରାଜ୍ୟ ବିଧାନସଭାର ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ଜିଲ୍ଲା ଭାଜପା ସଭାପତି ହେମନ୍ତ ପାଢ଼ୀ, ଭାଜପା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଡା. ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ସ୍କୁଟରର ଗୁଣବତ୍ତା ସମ୍ପର୍କରେ ନିଜର ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.